Report Card Odisha

| Daily Odia News

ନକ୍ସଲଙ୍କ ବୋମା ବିସ୍ଫୋରଣରେ ଗ୍ରାମବାସୀଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଂଗଲରେ ଖଞ୍ଜିଥିବା ବୋମା ବିସ୍ଫୋରଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅଂଚଳର ମୁତବେଣ୍ଡି ଜଂଗଲରେ ଗଡିଆ କାବାସୀ ନାମକ ଜଣେ ୧୮ ବର୍ଷର ଯୁବକ ଜଂଗଲକୁ କୌଣସି କାମରେ ଯାଇଥିଲା। ତେବେ ଜଂଗଲରେ ନକ୍ସଲ ଖଞ୍ଜିଥିବା ପ୍ରେସର ବୋମା ଉପରେ ଗଡିଆର ପାଦ ପଡିବା ପରେ ଏହା ବିସ୍ଫୋରଣ ଘଟିଥିଲା। ଯାହାଫଳରେ ଯୁବକ ଜଣକ ଘଟଣାସ୍ଥଳରେ ହିଁ ଗୁରୁତର ଆହତ ହୋଇଥିଲେ। ପରେ ଗ୍ରାମବାସୀଙ୍କ ଦ୍ବାରା ସ୍ଥାନୀୟ ମେଡିକାଲ ନେବା ବେଳକୁ ତାର ମୃତ୍ୟୁ ଘଟିଥିଲା ।

Breaking News