Report Card Odisha

| Daily Odia News

ପୋଲିସ ଗୁଳିରେ ନକ୍ସଲ କମାଣ୍ଡର ମୃତ୍ୟୁ……

ରିପୋର୍ଟ କାର୍ଡ / ମାଲକାନଗିର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ପୋଲିସକୁ ମିଳିଛି ସଫଳତା। ନକ୍ସଲ କମାଣ୍ଡର କାବାସୀ ପାଣ୍ଡରୁ ୨୦ ଜଣ ନକ୍ସଲମାନଙ୍କୁ ନେଇ ଏକ ବୈଠକ କେଶକୁତୁଳ ଏବଂ କେସାମେଣ୍ଡି ଜଙ୍ଗଲରେ କରୁଥିଲା। ପୋଲିସ ସମେତ ସିଆରପିଏଫ,ଦଡ଼ିଆରଜି ଟିମ ଜଙ୍ଗଲରେ ଚଢ଼ାଉ କରିଥିଲେ। ଆଜି ଭୋର ସକାଳୁ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ତେବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ମାଓ କମାଣ୍ଡରର ଶବ ଉଦ୍ଧାର କରାଯିବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।ଯବାନ ଜଙ୍ଗଲରୁ ଫେରିନଥିବା ଯୋଗୁଁ ସବିଶେଷ ବିବରଣୀ ମିଳିପାରୁନାହିଁ। ଏନେଇ ବିଜାପୁର ଏସପି ଘଟଣାର ସ୍ପଷ୍ଟୀକରଣ ଦେଇଛନ୍ତି |

 

Breaking News