ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିରୁ ଇସ୍ତଫା ଦେଇଥିଲେ ଆକାଶ ଦାସ ନାୟକ। ଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ କରାଯାଇଛି। ତାଙ୍କ ସହ ବହୁ କର୍ମୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ। ବିଜେପିରେ ଯୋଗଦେବା ପରେ ଆକାଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ବିଜେପିରେ ସାମିଲ୍ ହୋଇଛି। କୋରେଇ ପାଇଁ ବହୁତ କାମ କରିଛି। ଅନେକ କାମ ବାକି ରହିଛି। ମାଆ, ମାଟି ଓ ସ୍ୱାଭିମାନ ପାଇଁ ଗୋଟିଏ ବୃହତ୍ତର ସଂଗ୍ରାମ ପାଇଁ ଆମେ ସମସ୍ତେ ଆଜି ଆସିଛେ। ଆମେ ସମସ୍ତେ ଜଣେ ଜଣେ ସୈନିକ ଭାବେ ଏ ସଂଗ୍ରାମ ଜାରି ରଖିବା। ମୁଁ ଆତ୍ମ ସମ୍ମାନକୁ ଦଳିଦେବା ଅପେକ୍ଷା ଓଡ଼ିଶାର ଅସ୍ମିତାର ଲଢ଼େଇ ପାଇଁ ବିଜେପିରେ ସାମିଲ ହୋଇଛି ବୋଲି ଆକାଶ କହିଛନ୍ତି। ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଆକାଶ ଯାଜପୁର ଜିଲ୍ଲା କୋରେଇ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ତାଙ୍କ ସ୍ଥାନରେ ଦଳ ଅଶୋକ କୁମାର ବଳଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବିଜୟ ହୋଇଥିଲେ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..