Report Card Odisha

| Daily Odia News

ଶହେ ଟଙ୍କା ପାଇଁ ପୁଅକୁ ହାଣିଲା ବାପା…..

ରିପୋର୍ଟ କାର୍ଡ / କଟକ 

ମାତ୍ର ଶହେ ଟଙ୍କା ପାଇଁ ବାପପୁଅଙ୍କ ମଧ୍ୟରେ ହେଲା ବଚସା । ରକ୍ତମୁଖା ସାଜି ବାପା ପୁଅ ହତ୍ୟାକରିଛି | ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ଘଟିଛି। ଅଭିଯୁକ୍ତ ବାପା ମାନସ ବେହେରାଙ୍କୁ ପୋଲିସ ଗିରଫ କରିଛି। ପୁଅ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ଗତକାଲି ଶହେ ଟଙ୍କା ପାଇଁ ମାନସ ଓ ତାଙ୍କ ପୁଅଙ୍କ ମଧ୍ୟରେ ତୀବ୍ର ଝଗଡ଼ା ହୋଇଥିଲା । ଏପରିକି ଘରୁ ନ ପଳାଇଲେ ପରିଣାମ ଭୟଙ୍କର ହେବ ବୋଲି ପୁଅ ବାପାଙ୍କୁ ଧମକ ଦେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାନସ, ପୁଅ ଖଟରେ ଶୋଇଥିବା ବେଳେ ତା’ ବେକକୁ କଟୁରୀରେ ହାଣି ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ପୁଅ ଚିତ୍କାର କରୁଥିବା ବେଳେ ମାନସ ଘରୁ ପଳାଇବାକୁ ଚେଷ୍ଟା କରୁଥିଲେ। ମାତ୍ର ଗାଁ ଲୋକେ ତାଙ୍କୁ ବାନ୍ଧି ପକାଇ ପୁଲିସ୍‌କୁ ଖବର ଦେଇଥିଲେ। ମାହାଙ୍ଗା ପୋଲିସ ପହଞ୍ଚି ମାନସଙ୍କୁ ବାନ୍ଧି ଥାନାକୁ ନେଇଛି। ଏଥିସହ ତାଙ୍କ ପୁଅଙ୍କୁ ପ୍ରଥମେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

 

Breaking News