ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନ୍ଲାଇନ୍ରେ ଆସିଥିଲା ପାର୍ସଲ ଭୟଙ୍କର ବିସ୍ଫୋରଣ ହୋଇଛି । ଚାଲିଗଲା ବାପା-ଝିଅଙ୍କ ଜୀବନ। ସେହିପରି ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁଜରାଟର ସାବରକଣ୍ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁଜରାଟର ସାବରକଣ୍ଠା ବଡାଲି ତାଲୁକାର ଛାଓ୍ୱନି ଗାଁ। ଏଠାକାର ଜୀତେନ୍ଦ୍ରଭାଇ ହୀରାଭାଇ ବଞ୍ଜାରାଙ୍କ ନାଁରେ ଅନ୍ଲାଇନ୍ରେ ଏକ ପାର୍ସଲ ଆସିଥିଲା। ସେ ଅନ୍ଲାଇନ୍ରୁ କିଛି ଦିନ ପୂର୍ବେ ଏକ ଥିଏଟର୍ ସାଉଣ୍ଡ ସିଷ୍ଟମ୍ ଅର୍ଡର କରିଥିଲେ। ତେବେ ଏହି ପାର୍ସଲକୁ ଖୋଲିବା ପରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଘଟଣାସ୍ଥଳରେ ୩୦ ବର୍ଷୀୟ ଜୀତୁଭାଇ ବଞ୍ଜାରାଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ତାଙ୍କ ୧୪ ବର୍ଷୀୟ ଝିଅର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଦୁଇ ଝିଅ ଶିଳ୍ପାବେନ ବିପୁଲଭାଇ ବଞ୍ଜାରା ଓ ଛାୟାବେନ୍ ଜୀତୁଭାଇ ବଞ୍ଜାରାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଶରୀର ୭୦ରୁ ଅଧିକ ପ୍ରତିଶତ ପୋଡି ହୋଇଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଝିଅଙ୍କ ବୟସ ୯ଓ ୧୦ ବର୍ଷ ଥିବା ଜଣାପଡିଛି। ସେପଟେ ଖବର ପାଇ ଡିଓ୍ୱାଇଏସ୍ପି ଓ ଏଲ୍ସିବି ସମେତ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି। ତେବେ ଏହି ଅନ୍ଲାଇନ୍ ପାର୍ସଲଟି କିଭଳି ଆସିଥିଲା। କିଏ ଏହାକୁ ନେଇ ଆସିଥିଲା ଓ ଏହା କିଭଳି ଫାଟିଗଲା ସେ ନେଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ ଜାରି ରଖିଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……