ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭିଭିପାଟକୁ ନେଇ ଆଜି ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଭିଭିପାଟ ଯାଞ୍ଚ ନେଇ ସମସ୍ତ ଆବେଦନ ଖାରଜ ହୋଇଛି। ବାଲାଟ୍ ପେପରରେ ମତଦାନ ଆବେଦନ ମଧ୍ୟ ଖାରଜ କରାଯାଇଛି। ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ୪୫ ଦିନ ଯାଏଁ ଭିଭିପାଟ୍ ସ୍ଲିପ୍ ସୁରକ୍ଷିତ ରଖାଯିବ। କୋର୍ଟ କହିଛନ୍ତି, ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀ ପୁନଃ-ଯାଞ୍ଚ ପାଇଁ ଦାବି କରିପାରିବେ।ଇଞ୍ଜିନିୟରମାନେ ମାଇକ୍ରୋ କଣ୍ଟ୍ରୋଲରର ମେମୋରୀ ଯାଞ୍ଚ କରିବେ। ପ୍ରାର୍ଥୀଙ୍କୁ ଏହି ଅନୁସନ୍ଧାନର ଖର୍ଚ୍ଚ ବହନ କରିବାକୁ ପଡିବ। ଯଦି ଏହା ଭୁଲ ପ୍ରମାଣିତ ହୁଏ, ତେବେ ଟଙ୍କା ଫେରସ୍ତ ହେବ।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……