Report Card Odisha

| Daily Odia News

ଓଡ଼ିଶାରେ ସରକାର ବଦଳିବାକୁ ଆହ୍ୱାନ ଦେଲେ ନଡ୍ଡା….

ରିପୋର୍ଟ କାର୍ଡ / ବ୍ରହ୍ମପୁର

ଆମ୍ବପୁଆରେ ଆୟୋଜିତ ଦଳର ସଙ୍କଳ୍ପ ସମାବେଶରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଜେଡି ସରକାର ବଦଳିବା ଦରକାର ବୋଲି ସେ ଆହ୍ୱାନ ଦେଇଛନ୍ତି। ଏଥିସହ ବିଜେଡି ସରକାର ବାହାର ଲୋକଙ୍କୁ ପ୍ରଶ୍ରୟ ଦେଉଛି ଓ ଓଡ଼ିଶାବାସୀ ଏଥିପ୍ରତି ସତର୍କ ରୁହନ୍ତୁ ବୋଲି ନଡ୍ଡା କହିଛନ୍ତି। ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମନ ଭାରତ ଯୋଜନା ରାଜ୍ୟରେ ଲାଗୁ କରି ନାହାନ୍ତି। ଏଥିପାଇଁ ଜେପି ନଡ୍ଡା ସରକାର ବଦଳାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏ ସରକାର ବଦଳିବା ଦରକାର। ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ। ବିପକ୍ଷ ସରକାର ଥିବା ସତ୍ତ୍ୱେ ମୋଦି ସର୍ବାଧିକ ଅନୁଦାନ ଓଡ଼ିଶାକୁ ଦେଇଛନ୍ତି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ସେହିପରି ମୋଦି ନିଷ୍ପତ୍ତି ନେଇଛନ୍ତି କିନ୍ନରମାନଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ। ସେମାନଙ୍କୁ ଅନ୍ୟମାନଙ୍କ ଭଳି ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ନଡ୍ଡା କହିଛନ୍ତି। ବିଶାଳ ଜନସମାବେଶକୁ ସମ୍ବୋଧନ କରି ଜେପି ନଡ୍ଡା ଆହୁରି କହିଛନ୍ତି, “ବିଜେପିର ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ଆପଣ ନବୀନ ସରକାରକୁ ଭୁଶୁଡ଼ାଇବାକୁ ଚାହୁଁଛନ୍ତି ବୋଲି ପ୍ରମାଣ କରନ୍ତୁ। ଓଡ଼ିଶାରେ ଓଡ଼ିଆରେ ନେତୃତ୍ୱ ନେବାକୁ କେହି ନେତା ଏଠାରେ ନାହାନ୍ତି? ବାହାରୁ ନେତା ଆପଣ ଆଣିବେ କି? ଆମଦାନୀ କରିବେ କି? ଆପଣମାନେ ମାଟିର ପୁଅକୁ ନେତା କରିବେ ନା? ବାହାର ଲୋକଙ୍କୁ ଆଣିବେ ନାହିଁ ତ? ଏବେ ସରକାର ବାହାର ଲୋକଙ୍କୁ ଆଣିବାକୁ ପ୍ରୟାସ କରୁଛନ୍ତି। ଏଥିପ୍ରତି ସତର୍କ ରହିବେ। ନବୀନ ବାବୁ ଯେମିତି ସରକାର ଚଳାଉଛନ୍ତି, ସେଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଆପଣମାନଙ୍କୁ ଏହାର ଜବାବ ପଦ୍ମ ପୁଲର ବଟନ ଦବାଇ ଦେବାକୁ ପଡ଼ିବ।” ଚିଟଫଣ୍ଡ ଦୁର୍ନୀତି କଥା ମଧ୍ୟ ଜେପି ନଡ୍ଡା ଉଠାଇଛନ୍ତି। ସେ କହିଛନ୍ତି, “ବିଜେଡି ସରକାରରେ ଦୁର୍ନୀତି ଚାଲିଛି କି ନାହିଁ? ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ। ୧୬୦ ଚିଟଫଣ୍ଡ କମ୍ପାନୀ ୨୦ ଲକ୍ଷ ଲୋକଙ୍କ ଠାରୁ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି। ଏହା କ’ଣ ବିଜେଡି ସରକାରର ଦୁର୍ନୀତି ନୁହେଁ? ଏବେ ଓଡ଼ିଶା ସରକାର ଲୋକଙ୍କ ଟଙ୍କା ଦେବାକୁ ମନା କରୁଛି। ଏଭଳି ସରକାର ରହିବା ଦରାକର କି? ମେ’ ୧୩ ତାରିଖରେ ଆପଣମାନେ ପଦ୍ମ ଫୁଲର ବଟନ ଦବାଇ ଏହାର ଜବାବ ଦେବେ। ତେବେ ଦେଖିବାକୁ ରହିଲା ନଡ୍ଡାଙ୍କର ଏହି କଥା ସାଧାରଣ ନିର୍ବାଚନରେ ଓଡ଼ିଶାରେ କେତେ ବରାଭବ ପକାଉଛି |

 

Breaking News