ରିପୋର୍ଟ କାର୍ଡ / କଟକ
କଟକର ରାଜନୀତିକ ପାଣିପାଗ ଘଡ଼ିକେ ବଦଳୁଛି। ଏବେ କଂଗ୍ରେସକୁ ନେଇ ବିଭିନ୍ନ ଆଲୋଚନା ଚାଲିଥିବାବେଳେ ଏହାରି ମଧ୍ୟରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ସଂକେତ ଦେଇଛନ୍ତି। ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦୋସ କଂଗ୍ରେସ ଛାଡ଼ି ପାରନ୍ତି। ସେ ବାପା ମୋକିମ୍ ଦ୍ବାରା ଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି)ର ସଙ୍ଗଠନ ସମ୍ଭାଳି ପାରନ୍ତି। ମୋକିମ୍ କହିଛନ୍ତି ଯେ, ନୂତନ ସଙ୍ଗଠନ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଯେଉଁମାନେ ଚାହିଁବେ ଓଜେସିରେ ଯୋଗ ଦେଇପାରିବେ। ଲୋକ ପ୍ରତିନିଧିମାନେ ତାଙ୍କ କାର୍ଯ୍ୟକାଳ ନ ସରିବା ପର୍ଯ୍ୟନ୍ତ ଆସି ପାରିବେ ନାହିଁ। ଯେଉଁଥି ପାଇଁ ସୋଫିଆ ମଧ୍ୟ କଂଗ୍ରେସ ଦଳରେ ଅଛନ୍ତି। ସମୟକୁ ଅପେକ୍ଷା କରନ୍ତୁ କିଏ କାହା ସହ ଥିବ ଆପଣ ଦେଖିବେ ବୋଲି କହିଛନ୍ତି ମୋକିମ।






More Stories
ବଡ଼ଦାଣ୍ଡରେ ମଦ ଦୋକାନ ମନା…..
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..