Report Card Odisha

| Daily Odia News

ଜ୍ଞାନୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ- କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ଭୋଗ ପ୍ରବଣତା ଓ ନିକୃଷ୍ଟ ସଙ୍ଗ ପରିତ୍ୟାଗ କରିବାକୁ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ।

ବୃଷ- ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ଅସୂର୍ଯ୍ୟାସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହୋଇପାରନ୍ତି। ସମାଜସେବୀଭାବେ ଜନସାଧାରଣଙ୍କର ଆଦରର ପାତ୍ର ହେବେ।

ମିଥୁନ- ପରମ ଶୁଦ୍ଧ ରୀତି-ନୀତିଯୁକ୍ତ ହେଲେ ଶତ୍ରୁତାର ଅଭ୍ୟୁଦୟ ହେବ ନାହିଁ। ଭାଷାର ସାବଲୀଳତା ଓ ସାନ୍ଦ୍ରତା, ଋଣଦାତାଙ୍କ ମନକୁ ବିଭୋଳିତ କରିବା ଦ୍ବାରା ଋଣ ଛାଡ଼ ପାଇଁ କୃତଜ୍ଞ ହେବେ। କର୍ମଚଞ୍ଚଳ ରହିବେ।.

କର୍କଟ- ଉପନିଷଦରେ ଅଛି ‘ମାତୃ ଦେବୋ ଭବ’ ପରିବର୍ତ୍ତେ ଜ୍ଞାନଦାନ କରି ‘ମୂର୍ଖ ଦେବୋ ଭବ’ ପ୍ରତି ଧ୍ୟାନ ଦେଇ ଜୀବନକୁ ସରସ ସୁନ୍ଦର କରିବେ। ଅର୍ଥ ପ୍ରାପ୍ତ ହେବେ। ଶକ୍ତିର ଜୀବନ୍ତ ପ୍ରତିମୂର୍ତ୍ତି ନାରୀକୁ ସମ୍ମାନ ଦେବେ।

ସିହଂ- ମହତ୍‌ ପ୍ରୟାସୀ ହୋଇପାରନ୍ତି। ଉଦାରଚେତା, ଉଦାର ଚରିତ, ଉଦାର ସ୍ବଭାବସମ୍ପନ୍ନ ହେବେ। ମାତୃସେବା ବ୍ରତ ଆରହଣ କରିପାରନ୍ତି। ସଜ୍ଜନତା ଓ ବିବେକଶୀଳ ହୋଇ ଉତ୍ତର ଦାୟିତ୍ବ ନିର୍ବାହ କରିବେ।

କନ୍ୟା- ଆଧ୍ୟାତ୍ମିକ ଚିନ୍ତନ ଦ୍ବାରା ଆପଣଙ୍କ ମନରେ ବିନୀତଭାବ ଉତ୍ପନ୍ନ ହୋଇପାରେ। ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଭାଷା ଅମୃତ, ଆଶ୍ବାଦନା ତୁଲ୍ୟ ହୋଇପାରେ। ଅଧ୍ୟବସାୟ ବଳରେ ଶ୍ରେଷ୍ଠ ହେବେ।

ତୁଳା- ପ୍ରଥିତଯଶା ଓ ପ୍ରତ୍ୟୁତ୍ପନ୍ନ ମତିସମ୍ପନ୍ନ ହେବେ। ଏକାନ୍ତରେ ଶୂନ୍ୟ ପୁରୁଷ ଉପାସନା କରି ଦିବ୍ୟଜ୍ଞାନ ପ୍ରାପ୍ତ ହେବେ। ଈର୍ଷାଠାରୁ ଦୂରେଇ ରହିବାକୁ ପଡ଼ିବ। ଧନାଗମ ହେବ। ନୀତିନିଷ୍ଠ ଓ ଧର୍ମଜ୍ଞ ହେବେ।

ବିଚ୍ଛା- ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ ରଖିପାରନ୍ତି। ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଆତ୍ମସଂଯମୀ ହୋଇ ଅନ୍ତଃଶକ୍ତିର ଅଭ୍ୟୁଥାନ୍‌ ଘଟାଇପାରନ୍ତି। ଈଶ୍ବରାଭିମୁଖୀ ହୋଇପାରନ୍ତି।

ଧନୁ- ଏକାନ୍ତରେ ମୌନାବତାର ହୋଇ ସାଧନାରେ ବ୍ରତୀ ହେବେ ଓ ସିଦ୍ଧିପ୍ରାପ୍ତ ହେବେ। ଆପଣଙ୍କ ଦୃଢ଼ ଇଚ୍ଛାଶକ୍ତି ହିଁ ଲକ୍ଷ୍ୟ ହାସଲର ମାଧ୍ୟମ ହେବ। ଧର୍ମମାର୍ଗରେ ଧନ ବ୍ୟୟ କରିବେ। ଜ୍ଞାନୀ ହେବେ।

ମକର- ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ। ନିଜେ ନିଜର କାର୍ଯ୍ୟାବଳୀକୁ ସମୀକ୍ଷା କରି ଉପୁଜିଥିବା ଗର୍ବ ଓ ଅହଂକାରକୁ ସମର୍ପଣ କିମ୍ବା ବିସର୍ଜନ ଦେଇପାରନ୍ତି। ଅର୍ଥ ଓ ସମ୍ମାନ ପ୍ରାପ୍ତ କରିପାରନ୍ତି।

କୁମ୍ଭ- ସତ୍ୟବାଦିତା ଆପଣଙ୍କୁ ଜୀବନର ଶୀର୍ଷତମ ସୋପାନରେ ଉପନୀତ କରାଇବ। ନିଃସ୍ବାର୍ଥପର ସେବା ହେଉଛି ସେବକର ମହାନତା, ଅତଏବ ସେହି ସେବକ ଭୂମିକା ଗ୍ରହଣ କରି ଅନୁଷ୍ଠାନର ତ୍ରାଣକର୍ତ୍ତା ହେବେ।

ମୀନ- ଦାରିଦ୍ର୍ୟ ଅଭିଶାପ ନୁହେଁ; ଆଳସ୍ୟପରାୟଣତା ଓ ରୁଗ୍‌ଣ ସମୟାନୁବର୍ତ୍ତିତା ତା’ର ଅନ୍ୟ ରୂପ। ସତର୍କତା ସୌଭାଗ୍ୟକୁ ନିୟନ୍ତ୍ରଣ କରିଥାଏ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

Breaking News