ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ସୁବର୍ଣ୍ଣପୁର ଜିଲ୍ଲା ଜାତୀୟ ରାଜପଥ-୫୭ର ହରିଡ଼ଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଦମ୍ବରୁଧର ସ୍ୱାଇଁ ଓ ହେଲପର ଶିବ୍ରମ ଗୌଡ଼। ଆଜି ଯାତ୍ରୀବାହୀ ବସ୍ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା । ହରିଡ଼ଖୋଲ ନିକଟରେ ବସ୍ଟି ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବସ୍ ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ଘଟିଛି। ଏତେ ବଡ଼ ଦୁର୍ଘଟଣାରେ ୪୦ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ସୋନପୁର ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Discussion about this post