ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲ ମଧୁମେହ ରୋଗୀ ହୋଇଥିବାରୁ ଦୈନିକ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ପାରିବାରିକ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ। ହେଲେ ଏଥିପାଇଁ କେଜ୍ରିୱାଲଙ୍କୁ ଅନୁମତି ଦେଇ ନାହାନ୍ତି ଦିଲ୍ଲୀର ଗୋଟିଏ କୋର୍ଟ। କେଜ୍ରିୱାଲଙ୍କ ଆବେଦନ ଖାରଜ ହୋଇଥିଲେ ହେଁ କୋର୍ଟ ଏମ୍ସକୁ ଗୋଟିଏ ମେଡିକା ବୋର୍ଡ ଗଠନ କରିବାକୁ କହିଛନ୍ତି। ଏହି ବୋର୍ଡ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ଇନସୁଲିନ ଦରକାର କି ନାହିଁ, ତା’ର ନିଷ୍ପତ୍ତି ନେବ। ସେହିପରି ତାଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ଏହି ବୋର୍ଡ ଯାଞ୍ଚ କରିବ। ସ୍ୱତନ୍ତ୍ର ସିବିଆଇ ଓ ଇଡି ମାମଲାର ଜଜ କାବେରୀ ବାୱେଜା ଆଜି କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଛନ୍ତି। ତଥାପି କୋର୍ଟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ମେଡିକାଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏମ୍ସ ଗଠନ କରିବାକୁ ଟିମରେ ଟିମରେ ବରିଷ୍ଠ ଏଣ୍ଡୋକ୍ରିନୋଲୋଜିଷ୍ଟ ଓ ଡାଇବେଲୋଜିଷ୍ଟ ରହିବେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..