Report Card Odisha

| Daily Odia News

ନିଲମ୍ବିତ ହେଲେ ସାଂସଦ ପ୍ରଜ୍ୱଳ ରେବନ୍ନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯୌନ ଶୋଷଣ ଅଭିଯୋଗରେ ଜେଡି (ଏସ୍) ମଙ୍ଗଳବାର ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବନ୍ନା ଙ୍କୁ ଦଳରୁ ନିଲମ୍ବିତ କରିଛି। ଜେଡି(ଏସ୍‌)ର ପ୍ରତିଷ୍ଠାତା ଏଚ୍‌ଡି ଦେବେଗୌଡ଼ାଙ୍କ ପୁଅ ଓ ନାତିଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭି‌ଯୋଗକୁ ନେଇ କର୍ଣ୍ଣାଟକ ରାଜନୀତିରେ ବ‌ିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ନିଲମ୍ବନ କରିବାକୁ ଜେଡି (ଏସ) ନିଷ୍ପତ୍ତି ନେଇଛି ବୋଲି ଦଳର ମୁଖପାତ୍ର ଏଚ୍ ଡି କୁମାରସ୍ୱାମୀ ସୋମବାର କହିଥିଲେ। ଆଜି ଦଳ ସତକୁ ସତ ତାଙ୍କୁ ନିଲମ୍ବିତ କରଛି। ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନା ଏକ ବଡ଼ ଧରଣର ‌ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବାର ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବା ପରେ ପ୍ରଜ୍ୱଳ ଫେରାର ହୋଇଯାଇଛନ୍ତି। ୩୪ ବର୍ଷୀୟ ପ୍ରଜ୍ବଳ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ତାଙ୍କୁ ନେଇ ଉଭୟ ବିଜେପି ଏବଂ ଜେଡିଏସ୍ ଅଡ଼ୁଆରେ ପଡ଼ିଯାଇଛନ୍ତି। କାରଣ ପ୍ରଜ୍ବଳ ହାସନ ଲୋକସଭା ଆସନରୁ ଉଭୟ ଦଳର ମିଳିତ ପ୍ରାର୍ଥୀ ଅଛନ୍ତି। ତୀବ୍ର ସମାଲୋଚନାର ଶିକାର ହେବାପରେ ଉଭୟ ଦଳ ପ୍ରଜ୍ବଳ କେଳେଙ୍କାରୀରୁ ନିଜକୁ ଦୂରେଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି।

 

Breaking News