ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ସାଧାରଣ ନିର୍ବାଚ ଆରମ୍ଭ ହୋଇଯାଇଛି | ଯଦି କୌଣସି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନଙ୍କ ତୁଳନାରେ ଲୋକମାନେ ନୋଟାକୁ ଅଧିକ ଭୋଟ ଦେଉଛନ୍ତି, ତା’ହେଲେ ଉକ୍ତ ସ୍ଥାନରେ ନିର୍ବାଚନ ବାତିଲ କରାଯାଉ। ନିର୍ବାଚନ ବାତିଲ କରି ଉକ୍ତ ନିର୍ବାଚନ ମଣ୍ଡଳୀରେ ପୁଣି ଭୋଟ କରାଯାଉ ବୋଲି ଗୋଟିଏ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଏର କରାଯାଇଛି।ଏହାକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ନିର୍ବାଚନ କମିଶନ(ଇସି)ଙ୍କୁ ଏହା ଉପରେ ଜବାବ ରଖିବାକୁ କହିଛନ୍ତି । ଏଭଳି ଏକ ଜନସ୍ୱାର୍ଥ ମାମଲା ଲେଖକ ତଥା ମୋଟିଭେସନାଲ ସ୍ପିକର ଶିବ ଖେରା ସୁପ୍ରିମ କୋର୍ଟରେ ଆଗତ କରିଛନ୍ତି। ସେ ତାଙ୍କ ଆବେଦନରେ ଆହୁରି କହିଛନ୍ତି ଯେ ଯଦି କୌଣସି ପ୍ରାର୍ଥୀ ନୋଟା ଠାରୁ ମଧ୍ୟ କମ ଭୋଟ ପାଉଛନ୍ତି, ତା’ହେଲେ ତାଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଉ। ନୋଟାରେ କେତେ ଭୋଟ ପଡ଼ୁଛି, ତା’ର ଉପଯୁକ୍ତ ତଥ୍ୟ ଗୁରୁତ୍ୱର ସହ ସାର୍ବଜନୀନ କରିବାକୁ ଗୋଟିଏ ନିୟମ ପ୍ରଣୟନ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।
Discussion about this post