Report Card Odisha

| Daily Odia News

ପ୍ରଜ୍ଞାଶୀଳ ହେବେ…….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ବିଭିନ୍ନ ସୂତ୍ରରୁ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ସ୍ବରୂପ ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ଗଠନ ପ୍ରଣାଳୀ ସୁଢ଼ଳ ହୋଇପାରେ। ପ୍ରଜ୍ଞାଶୀଳ ହେବେ। ଜଣେ ମହାମନୁଷ୍ୟର ପରିଚୟ ସୃଷ୍ଟି କରିବେ।

ବୃଷ: ଅତି ଚତୁର ହେବେ। ପରୋପକାରୀ ହୋଇପାରନ୍ତି। ଜଣେ ବିଶିଷ୍ଟ କଥାକାରଭାବେ ସମାଜରେ ପରିଚିତ ହେବେ। ଆଚାର, ବ୍ୟବହାର ଓ ସତ୍‌ଚରିତ୍ର ପାଇଁ ପୂଜ୍ୟ ପୂଜାର ଆସନ ଅଳଙ୍କୃତ କରିବେ।

ମିଥୁନ: ଜଣେ ଦକ୍ଷ ପ୍ରଶାସକର ସକଳ ଗୁଣ ଆପଣଙ୍କ କାର୍ଯ୍ୟ କଳାପରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି। ଜଣେ ଚରିତ୍ରବାନ୍‌ ବ୍ୟକ୍ତିଭାବେ ସୁଜନାନୁରକ୍ତ ହୋଇପାରନ୍ତି। ପ୍ରଣୟିନୀଙ୍କଠାରେ ଲାଭଦାୟିକା ଗୁଣ ରହିଛି।
କର୍କଟ: ବ୍ୟାପୁଥିବା ଅଜଣା ରୋଗ କବଳରୁ ରକ୍ଷା ପାଇବା ପାଇଁ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ। ଚଞ୍ଚଳମନା ହେବେ। ଚଞ୍ଚଳ ମନର ନିଗ୍ରହ କଠିନ ହୋଇପାରେ; ମାତ୍ର ଅସମ୍ଭବ ନୁହେଁ। ସୁସ୍ଥ ରହିବେ।

ସିଂହ: ସାଧୁମାନଙ୍କ ପ୍ରତି ଅନୁରକ୍ତ ହେବେ। ଛନ୍ଦ, କପଟ ଓ ମାୟା ବିହୀନ ବ୍ୟକ୍ତିବିଶେଷ ହେବେ। ଗୁରୁମାନଙ୍କର ହିତକାରୀ ସେବକ ହେବେ। ସୂର, ବୀରମାନଙ୍କ ନିକଟରେ ପ୍ରଣୀତ ହେବେ। ସୁସ୍ଥ ରହିବେ।

କନ୍ୟା: ଶତ୍ରୁକୁ ନିର୍ବଳ ଭାବି ହେୟ ଜ୍ଞାନ କରିବା ଉଚିତ ନୁହେଁ। ଆପଣ କଳେ, ବଳେ, କୌଶଳେ ଶତ୍ରୁ ବିନାଶ କରିପାରନ୍ତି; ମାତ୍ର ପାଉଁଶ ତଳେ ନିଅଁା ଥିବାରୁ ଅବିଶ୍ବାସ କରି ହେବନି। ଋଣ ପରିଶୋଧ କରିପାରନ୍ତି।
ତୁଳା: ଫଳର ଆଶା ନ ରଖି କେବଳ କର୍ମର ସତ୍‌ମାର୍ଗକୁ ଆଦରି ନେଇପାରନ୍ତି। ନିର୍ଭୟ ଚିତ୍ତସମ୍ପନ୍ନ ହୋଇ ପ୍ରାପ୍ତ ପରାମର୍ଶକୁ ପାଥେୟ କରି କାର୍ଯ୍ୟ କରିଚାଲିବେ। ସନ୍ତାନମାନେ ସାହାଯ୍ୟକାରୀ ହେବେ।

ବିଛା: ଶାନ୍ତ, ସରଳ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ନାରୀ ହୋଇଥିଲେ ଜଣେ ମମତାମୟୀ ମାତାର ପରିଚୟ ସୃଷ୍ଟି କରିବେ। ଚତୁର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସାଥୀ, ସହକର୍ମୀ ଓ ଅନୁଗତଙ୍କ ଆଜ୍ଞାକାରୀ ହେବେ।
ଧନୁ: କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରି ବିଶୃଙ୍ଖଳିତ ଅବସ୍ଥାକୁ ଶୃଙ୍ଖଳିତ କରିପାରନ୍ତି। ଜନସାଧାରଣଙ୍କ ହିତାକାଂକ୍ଷୀ ହୋଇପାରନ୍ତି। ବିନୀତ ସ୍ବଭାବ ଓ ବିତ୍ତବାନ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି।

ମକର: ଧୀର ସ୍ଥିର ସ୍ବଭାବ ପ୍ରଦର୍ଶନ କରି ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ସତ୍ୟନିଷ୍ଠ ମନୋଭାବର ଯଦିଓ ହେବେ; ତଥାପି କିଛିଟି ସ୍ବାର୍ଥ ତ୍ୟାଗ କରିବାକୁ ପଡ଼ିବ। ବହୁ କଷ୍ଟରେ ଧନାଗମ ହୋଇପାରେ।

କୁମ୍ଭ: ସଦା ସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଆଧ୍ୟାତ୍ମମାର୍ଗ ତିଥିମାନଙ୍କରେ ଧର୍ମଧ୍ବଜାଧାରୀ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବାର ସୂଚନା ମିଳୁଛି। ପ୍ରଥିତ ପ୍ରଭାବ ସମ୍ପନ୍ନ ହେବ।

ମୀନ: ବେଳେ ବେଳେ ମତିଗତି ବିକ୍ଷିପ୍ତ ହୋଇପାରେ। ଆଳସ୍ୟ ପରାୟଣ ହେବାର ସୂଚନା ମିଳୁଛି। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜିବାର ସମ୍ଭାବନା ଅଛି। ବହୁ ବ୍ୟୟକାରୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ।

Breaking News