ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଡି (ଏସ) ଲୋକସଭା ପ୍ରାର୍ଥୀ ପ୍ରଜ୍ୱଳ ରେବନ୍ନା ଅଶ୍ଳୀଳ ଭିଡିଓ ମାମଲାରେ ଛନ୍ଦି ହେବା ପରେ ଫେରାର୍ ଅଛନ୍ତି। ଏହି ମାମଲାର ତଦନ୍ତ କରି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗୁରୁବାର ତାଙ୍କ ବିରୋଧରେ ଏକ ଅନ୍ତର୍ଜାତୀୟ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ବିଶ୍ବର ସମସ୍ତ ଅପ୍ରବାସନ କେନ୍ଦ୍ରରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଅନେକ ଅଶ୍ଳୀଳ ଫଟୋ ଓ ଭିଡିଓରେ ରେବନ୍ନାଙ୍କୁ ଦେଖାଯିବା ପରେ ସେ ଏପ୍ରିଲ୍ ୨୬ ତାରିଖରେ ଜର୍ମାନୀର ଫ୍ରାଙ୍କଫର୍ଟକୁ ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା। ଏବେ ତାଙ୍କୁ ଧରିବା ପାଇଁ ଏହି ଲୁକ୍ଆଉଟ୍ ନୋଟିସ୍ ଜାରି ହୋଇଛି।ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ବଳ ଜେଡି (ଏସ) ଟିକେଟରେ ହାସନରୁ ନିର୍ବାଚନ ଲଢ଼ିଥାନ୍ତେ। ସେକ୍ସ ଭିଡିଓକୁ ନେଇ ଏକ ବଡ଼ ବିବାଦର ସମ୍ମୁଖୀନ ହେବା ପରେ ପ୍ରଜ୍ୱଳ ରେବନ୍ନାଙ୍କୁ ଜେଡି (ଏସ) ନିଲମ୍ବିତ କରିଛି। ସେ ଏବଂ ତାଙ୍କ ପିତା ଡିଡି ରେମନ୍ନାଙ୍କୁ ପଚରାଉଚରା ପାଇଁ ଏସଆଇଟି ସମ୍ମୁଖରେ ୭ ଦିନ ମଧ୍ୟରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……