Report Card Odisha

| Daily Odia News

ବଡଦିନ ରୁ ଜାନୁଆରୀ ୨ପର୍ଯ୍ୟନ୍ତ କଟକଣା ଲଗାଇଲେ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡିସେମ୍ବର ୨୫ ବଡଦିନରୁ ଜାନୁୟାରୀ ୨ ତାରିଖ ଯାଏଁ ଲାଗୁ ହୋଇଥିବା କଟକଣାରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଜିରୋ ନାଇଟ୍‌ ସେଲିବ୍ରେସନ ନେଇ ଶୁକ୍ରବାର ପୂର୍ବାହ୍ନରେ ଲାଗୁ କରିଥିବା କଟକଣାକୁ ସନ୍ଧ୍ୟାରେ ହିଁ ସଂଶୋଧନ କରାଯାଇଛି । ସ୍ବତନ୍ତ୍ର ରିଲିଫ୍‌ କମିଶନର (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ଗାଇଡଲାଇନ୍‌ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ ଡିସେମ୍ବର ୨୫ ରୁ ଜାନୁୟାରୀ ୨ କଟକଣାରେ ସଂଶୋଧନ କରିଦିଆଯାଇଛି । ନୂଆ ଗାଇଡଲାଇନ୍‌ ଅନୁଯାୟୀ କେବଳ ଡିସେମ୍ବର ୨୫ ତାରିଖ ବଡଦିନରେ ଲାଗୁ ହେବ କଟକଣା । ପରେ ପୁଣି ଡିସେମ୍ବର ୩୧ ତାରିଖରୁ ଜାନୁୟାରୀ ୨ ତାରିଖ ଯାଏଁ ପୁଣି କଟକଣା ବଳବତ୍ତର ରହିବ । ନୂଆ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ନୂଆ କଟକଣା । ପିକନିକ୍ ଓ ବଣଭୋଜି ଉପରେ ରୋକ୍ । ହୋଇପାରିବନି ଭୋଜିଭାତ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ସରକାର କଟକଣା ଜାରି କରିଥିଲେ ପରେ ସେଥିରେ ସଂଶୋଧନ କରିଛନ୍ତି । ସୂଚନାନୁସାରେ, ରାଜ୍ୟରେ ୪ ଜଣ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ଆଗକୁ ନୂଆ ବର୍ଷ ଥିବାରୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଯାହାକୁ ନଜରରେ ରଖି ସରକାର ବଡଦିନ ଏବଂ ନୂଆବର୍ଷ ପାଇଁ କଟକଣା ଲାଗୁ କରିଛନ୍ତି । ଡିସେମ୍ବର ୨୫ ବଡଦିନ ଏବଂ ଜିରୋ ନାଇଟ୍‌ ବନ୍ଦ କରିବା ପାଇଁ ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ କଟକଣା ଲାଗୁ ହୋଇଛି । କଟକଣା ଅନୁସାରେ, ହୋଟେଲ, କଲ୍ୟାଣ ମଣ୍ଡପ ସମେକ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ, ଭୋଜିଭାତ, ସର୍ବସାଧାରଣରେ ଭୋଜିଭାତ ଉପରେ ରୋକ୍ ଲାଗିଛି । ସେହିପରି ବଡଦିନ ଓ ନୂଆବର୍ଷରେ କୌଣସି ସ୍ଥାନରେ ବଣଭୋଜି ହୋଇପାରିବ ନାହିଁ । ଆହୁରି ମଧ୍ୟ ଖ୍ରୀଷ୍ଟମାସ୍ ପାଳନ ବେଳେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ । ଏହାସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ହେବ । ଏତତ୍ ବ୍ୟତୀତ , ବିବାହ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । ରାଲି, ନାଚଗୀତ ଆଦି ଉପରେ ରୋକ୍ ଲାଗିଛି । ଶବ ସତ୍କାଳ ବେଳେ ବି କୋଭିଡ କଟକଣାକୁ ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ଆବଶ୍ୟକ ହେଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପି ସ୍ବତନ୍ତ୍ର କଟକଣା ଲାଗୁ କରିପାରିବେ ।

 

 

 

 

 

 

 

Breaking News