ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା ଦିଲ୍ଲୀ ମହିଳା କମିଶନରଙ୍କର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି। ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ନିୟମ ବିରୁଦ୍ଧରେ ଯାଇ ବିନା ଅନୁମତିରେ ଏମାନଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଏଲ୍ଜିଙ୍କ ନିର୍ଦ୍ଦେଶରେ ଡିସିଡବ୍ଲୁ ଆକ୍ଟଙ୍କୁ ଦର୍ଶାଯାଇଛି। ଆୟୋଗରେ କେବଳ ୪୦ଟି ପଦବୀ ମଞ୍ଜୁର ହୋଇଛି। ଚୁକ୍ତିନାମା ଅନୁଯାୟୀ କର୍ମଚାରୀ ନିଯୁକ୍ତ କରିବାର ଅଧିକାର ଡିସିଡବ୍ଲ୍ୟୁ ପାଖରେ ନାହିଁ ବୋଲି ଏଥିରେ କୁହାଯାଇଛି। ଡିସିଡବ୍ଲ୍ୟୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ନିଯୁକ୍ତି ପୂର୍ବରୁ ଜରୁରୀ ପଦବୀଗୁଡ଼ିକର କୌଣସି ମୂଲ୍ୟାଙ୍କନ କରାଯାଇ ନଥିଲା। ଏଥିସହ ଅତିରିକ୍ତ ଆର୍ଥିକ ବୋଝ ପାଇଁ ଅନୁମତି ମଧ୍ୟ ନିଆଯାଇ ନଥିଲା।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..