ରିପୋର୍ଟ କାର୍ଡ / ଝାରସୁଗୁଡ଼ା
୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା RWSSର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର। ବକେୟା ବିଲ୍ଗୁଡ଼ିକୁ ପାସ୍ କରି ଦେବା ପାଇଁ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଲ୍ ପାସ୍ କରି ଦେବା ପାଇଁ ଶ୍ରୀ ପାତ୍ର ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଠିକାଦାର। ତାଙ୍କ ଅଭିଯୋଗ ଆଧାରରେ ଯୋଜନାବଦ୍ଧ ଭାବେ ଆଜି ଶ୍ରୀ ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ। ଲାଞ୍ଚ ନେଇ ଧରାପଡ଼ିବା ପରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପାତ୍ରଙ୍କ ୪ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ତା’ସହିତ ଅଧିକ ତଦନ୍ତ ଜାରି ରହିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..