Report Card Odisha

| Daily Odia News

ଭୋଜି ଖାଇ ୫୦ ଅସୁସ୍ଥ,୭ ଗୁରୁତର….

ରିପୋର୍ଟ କାର୍ଡ / ବଲାଙ୍ଗିର

ଭୋଜି ଖାଇ ୫୦ ଜଣ ଅସୁସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗାଁରେ। ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାମନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଅନ୍ୟମାନଙ୍କର ଚିକିତ୍ସା କରୁଛନ୍ତି। ଗତକାଲି ଗାଁରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଭୋଜି ହୋଇଥିଲେ।ଗାଁର ସମସ୍ତ ଲୋକେ ଭୋଜି ଖାଇଥିଲେ। ଭୋଜି ଖାଇବାର କିଛି ସମୟ ପରେ କିଛି ଲୋକଙ୍କୁ ବାନ୍ତି ହେବା ସହ ଝାଡ଼ା ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ୭ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ୭ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା।ଖବର ପାଇ ଅର୍ଜୁନପୁର ଓ ଦେଓଗାଁରର ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଅନ୍ୟମାନଙ୍କୁ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

 

Breaking News