Report Card Odisha

| Daily Odia News

ମହିଳାଙ୍କ ମଙ୍ଗଳସୂତ୍ର ଉପରେ ସେମାନଙ୍କ ନଜର…

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନୀ ପ୍ରଚାରରେ ଉତ୍ତରପ୍ରଦେଶର ଅଲିଗଡ଼ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମ‌ୋଦୀ ନିର୍ବାଚନୀ ଇସ୍ତାହାର ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି ଗତଥର ମୁଁ ଅଲିଗଡ଼ ଆସିଥିବାବେଳେ ଆପଣମାନଙ୍କୁ କଂଗ୍ରେସ ଏବଯ ସମାଜବାଦୀ ପାର୍ଟିର ପରିବାରବାଦ, ଦୁର୍ନୀତି, ତୁଷ୍ଟିକରଣ ଫ୍ୟାକ୍ଟ୍ରିରେ ତାଲା ଲଗାଇବାକୁ ଅନୁରୋଧ କରିଥିଲି। ଆପଣମାନେ ଏଭଳି ମଜବୁତ ତାଲା ଲଗାଇଥିଲେ ଯାହା ଦ୍ବାରା ଦୁଇ ରାଜପୁତ୍ର ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କୁ ଆଜି ପର୍ଯ୍ୟନ୍ତ ତାହାର ଚାବି ମିଳିନାହିଁ। ଏବେ ଇଣ୍ଡିଆ ମେଣ୍ଟ ଏବଂ କଂଗ୍ରେସର ନଜର ଆପଣମାନଙ୍କ ଆୟ ଉପରେ ରହିଛି। ଆପଣମାନଙ୍କର ସମ୍ପତ୍ତି ଉପରେ ରହିଛି। କଂଗ୍ରେସ ରାଜପୁତ୍ର କହୁଛନ୍ତି ତାଙ୍କ ସରକାର ଆସିଲେ କିଏ କେତେ ଆୟ କରୁଛି, କାହା ପାଖରେ କେତେ ସମ୍ପତ୍ତି ଅଛି ତାହାର ଯାଞ୍ଚ୍ କରାଯିବ।ଏସବୁ ସମ୍ପତ୍ତିକୁ ସରକାର ଜବତ କରି ସମସ୍ତଙ୍କ ମଧ୍ୟରେ ବାଣ୍ଟିଦେବେ। ଏଭଳି କରିବାକୁ କଂଗ୍ରେସ ନିଜର ଇସ୍ତାହାରରେ ଘୋଷଣା କରିଛି। ଏବେ ସେମାନଙ୍କର ନଜର ମହିଳାଙ୍କ ମଙ୍ଗଳସୂତ୍ର ଉପରେ ରହିଛି। ଇଣ୍ଡିଆ ମେଣ୍ଟ ନିରାଶରେ ବୁଡ଼ି ଯାଇଛି। ବିଜେପି ସରକାର ଗତ ୧୦ ବର୍ଷ ମଧ୍ୟରେ ଯାହା କରିଛନ୍ତି ତାହା କେବଳ ଟ୍ରେଲର ଏବେ ପୂରା ଫିଲ୍ମ ବାକି ରହିଛି। ଆମକୁ ପୁଣି ବହୁତ କାମ କରିବାକୁ ଅଛି। ପସମାନ୍ଦା ମୁସଲମାନଙ୍କ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଯୋଜନା ଜାରି ରହିଛି। କିନ୍ତୁ ଏସବୁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ପସନ୍ଦ ହେଉ ନ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

 

Breaking News