Report Card Odisha

| Daily Odia News

ରାଜ୍ୟର ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଛି ୪୨୩ ମାମଲା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ବିଭିନ୍ନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ସମୁଦାୟ ୪୨୩ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ରହିଛି ସର୍ବାଧିକ ୮୬ଟି ମାମଲା। ସେହିପରି୫୩ଟି ମାମଲା ସହ ସୁନ୍ଦରଗଡ଼ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗଞ୍ଜାମ ୫୧ଟି ମାମଲାର ତୃତୀୟ ଏବଂ କୋରାପୁଟ ୪୮ଟି ମାମଲା ସହ ଚତୁର୍ଥ ସ୍ଥାନରେ ରହିଛି। କିନ୍ତୁ ପୁରୀ, ଭଦ୍ରକ, ଯାଜପୁର, ଜଗତସିଂହପୁର ସମେତ ୧୭ଟି ଜିଲ୍ଲାରେ କୌଣସି ସାଂସଦ କିମ୍ବା ବିଧାୟକଙ୍କ ବିରୋଧରେ ଗୋଟିଏ ବି ମାମଲା ବିଚାରାଧୀନ ନାହିଁ ବୋଲି ହାଇକୋର୍ଟରେ ତଥ୍ୟ ଦାଖଲ ହୋଇଛି ।

Breaking News