ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପ୍ରାର୍ଥୀ ଘୋଷଣା କରିଛି। ୩ଟି ଆସନ ମଧ୍ୟରୁ ଆଜି ୨ଟି ଆସନ ପାଇଁ ୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ବିଜେଡି ଘୋଷଣା କରିଛି। ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି। ଆଜି ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଭରିବେ | ବାରବାଟି-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହୋଇଥିବାବେଳେ ଶୁଭାଶିଷ ଖୁଣ୍ଟିଆ ବିଜେଡ଼ିର ଯୁବ ଉପସଭାପତି ଥିବା ଜଣାପଡ଼ିଛି। ଅପରପକ୍ଷରେ ତେବେ ଅନ୍ୟ ଗୋଟିଏ ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନାହିଁ।ଏଠାରେ ସୂଚନାଯୋଗ୍ୟରେ ଓଡ଼ିଶାରେ ୩ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ।






More Stories
ବିଜେଡିରୁ ଅରବିନ୍ଦ ନିଲମ୍ବନ:ଉତ୍ତର ରଖିଲେ ବାପା…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..