Report Card Odisha

| Daily Odia News

ରାଶିଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଧର୍ମ ହିଁ ଜୀବନର ଆଧାର। ଧାର୍ମିକ ଚେତନାରେ ସାମାଜିକ ଏକତା ସମ୍ଭବ ହେବ। ଅସୂର୍ଯ୍ୟସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହେବେ। ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। ସମାଜସେବୀ ହେବେ।
ବୃଷ: ଆତ୍ମବିଶ୍ବାସକୁ ମୂଳାଧାର କରି ସୁଫଳର ଅଭିଳାଷୀ ହେବେ। ଶତ୍ରୁର ଖରାପ ଗୁଣକୁ ବାଦ୍‌ ଦେଇ ଭଲ ଗୁଣର ପ୍ରଶଂସା କଲେ ଶତ୍ରୁ ପଦାନତ ହେବ। ଶାଶ୍ବତ ସୁଖର ସନ୍ଧାନ ମିଳିବ। ଭ୍ରାତୃସ୍ନେହ ଅତୁଟ ରହିବ।
ମିଥୁନ: ଜ୍ଞାନ ଅର୍ଜନ ପାଇଁ ଆଧ୍ୟତ୍ମ ପୁସ୍ତକ ପଠନରେ ସମୟ ବିତାଇ ପାରନ୍ତି। ସ୍ବୟଂସିଦ୍ଧ ହେବେ। ଆପଣଙ୍କ ସୁଚିନ୍ତିତ ରଚନାବଳୀ ଭାବ ଓ ଭକ୍ତିପୂର୍ଣ୍ଣ ହେବ। ପତ୍ନୀଙ୍କ ପରାମର୍ଶ ଅର୍ଥ ଉପାର୍ଜନକାରୀ ହେବ।
କର୍କଟ:ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। କାର୍ଯ୍ୟ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ସଚେତନତା ସହିତ ଯୋଡ଼ି ହେଲେ ଯାତ୍ରା କଷ୍ଟରୁ ମିଳିବ।
ସିଂହ: ଆଧ୍ୟାତ୍ମବାଦୀ ହୋଇପାରନ୍ତି। ସତ୍‌ ପରାୟଣ ହେବେ। ମହାକ୍ରମୀ ଓ ମହାତେଜା ହୋଇପାରନ୍ତି। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ମନରେ ଧ୍ୟାନର ଦୀପ ଜଳାଇ ହୃଦୟରୁ ଅନ୍ଧକାରକୁ ଦୂର କରିପାରନ୍ତି।
କନ୍ୟା: ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନଦୌଲତରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ପରୋପକାରରେ ବ୍ରତୀ ହୋଇ ପୁଣ୍ୟାର୍ଜନ କରିପାରନ୍ତି। ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି।
ତୁଳା: ଜୀବନର ସାରବତ୍ତାକୁ ପାଥେୟ କରି ଶ୍ରୀଚନ୍ଦ୍ର ଅବସରରେ ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହେବେ। ସୁସ୍ବାଦୁ ଭୋଜନରେ ନିଜକୁ ଓ ପରିବାରବର୍ଗଙ୍କୁ ଆପ୍ୟାୟିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ବିଛା: ଜୀବନକୁ ସହଜ ଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ମଧୁର କଥାରେ ପରକୁ ଆପଣାର କରିବାର କଳା ଆପଣଙ୍କଠାରେ ଅଛି। ସାରସ୍ବତ୍ବ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିବେ।
ଧନୁ: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ମାନବଧର୍ମୀ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ପ୍ରଶାସନର କୃପା ପାତ୍ର ହେବେ। ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ରହିଛି। କର୍ମଠ, ଆଦର୍ଶବାଦୀ ହେବେ।
ମକର: ଜ୍ଞାନାର୍ଜନ ଆପଣଙ୍କ ଧ୍ୟେୟ ହୋଇପାରେ। ଦୟାର୍ଦ୍ରଚିତ୍ତ ସମ୍ପନ୍ନ ହେବେ। ଜଣେ ବ୍ୟକ୍ତିବିଶେଷଭାବେ ସ୍ବକୀୟ ଗୁଣର ପରିପ୍ରକାଶ ଘଟାଇ ପୂଜ୍ୟ ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ହୋଇପାରନ୍ତି।
କୁମ୍ଭ:କାର୍ଯ୍ୟର ସଫଳ ରୂପାୟନ କରି ଅର୍ଜନ କରିଥିବା ସଫଳତାର ବିଲୋପ ହେବ ନାହିଁ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ଥ ଓ ନିରାମୟ ରହିବେ।
ମୀନ: ଧୈର୍ଯ୍ୟ ଓ ସାହସର ସହିତ ବିପଦର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

Breaking News