Report Card Odisha

| Daily Odia News

ଶସ୍ତା ହେଲା ଏଲପିଜି ସିଲିଣ୍ଡର….. 

ରିପୋର୍ଟ କାର୍ଡ/ ନୂଆଦିଲ୍ଲୀ

ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ | ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧୯ ଟଙ୍କା କମିଛି । ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧୭୪୫ ଟଙ୍କାକୁ କମିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ଦ୍ୱିତୀୟ ଥର ପାଇଁ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୧୭.୫୦ ରୁ ୧୬୯୭.୫୦ ଟଙ୍କାକୁ ଖସି ଆସିଛି। ଚେନ୍ନାଇରେ ଏହାର ମୂଲ୍ୟ ୧୯୩୦ ରୁ ୧୯୧୧ ଟଙ୍କାକୁ ଖସି ଆସିଛି । ସେହିଭଳି ଆଜିଠାରୁ କୋଲକାତାରେ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ୧,୮୫୯ ଟଙ୍କାରେ ଉପଲବ୍ଧ ହେବ।

Breaking News