Report Card Odisha

| Daily Odia News

ସରକାରୀ କର୍ମଚାରୀମାନଙ୍କର ନିର୍ବାଚନ ଡ୍ୟୁଟିକୁ ନେଇ ନିର୍ଦେଶନାମା ଜାରି ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ 

ଲୋକସଭା ନିର୍ବାଚନ ୨୦୨୪ରେ ସରକାରୀ କର୍ମଚାରୀମାନଙ୍କ ଡ୍ୟୁଟିକୁ ନେଇ ନିର୍ଦେଶନାମା ଜାରି କରାଯାଇଛି। ପତିପତ୍ନୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ଦୁଇଜଣ ଯାକ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେବେନାହିଁ। ସେମାନଙ୍କ ମଧ୍ୟରୁ ଜଣଙ୍କର ହିଁ ନିର୍ବାଚନ ଡ୍ୟୁଟି ପଡ଼ିବ। ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ପ୍ରାର୍ଥନା ପତ୍ର ଦେବାକୁ ପଡ଼ିବ ଏବଂ ଏହି ଆଧାରରେ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କୁ ଡ୍ୟୁଟିରୁ ମୁକ୍ତ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ। ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦେଶନାମା ଜାରି କରାଯାଇଛି। ନିର୍ଦେଶନାମା ଅନୁଯାୟୀ, ଯଦି ପତି-ପତ୍ନୀ ଉଭୟ ସରକାରୀ ସେବାରେ ଅଛନ୍ତି, ତେବେ ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଉଭୟଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥନା ପତ୍ର ଆଧାରରେ ନିର୍ବାଚନ ଡ୍ୟୁଟିରୁ ମୁକ୍ତି ଦେବା ପାଇଁ ପୂର୍ବ ପରି ସମସ୍ତ ଜିଲା ନିର୍ବାଚନ ଅଧିକାରୀ/ସହକାରୀ ଜିଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ, ଚଳିତ ଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏପ୍ରିଲ ୧୯ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। ଜୁନ୍‌ ୪ରେ ମତଗଣନା ହେବ।

Breaking News