ରିପୋର୍ଟ କାର୍ଡ / ଭୁବନେଶ୍ୱର
୪୦ ଯାତ୍ରୀ ଙ୍କୁ ଧରି ଯାତ୍ରା କରୁଥିବା ବସ ହୁତୁହୁତୁ ହୋଇ ଜଳିଗଲା । ଏପରି ଏକ ଅଘଟଣ ଘଟିଛି ଆଜି ଢେଙ୍କାନାଳ ଜିଲ୍ଲାରେ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ‘ପ୍ରିୟାଂଶି’ ନାମକ ବସ୍ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ବସ୍ଟି ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଆନନ୍ଦ ନଗର ନିକଟରେ ଜାତୀୟ ରାଜପଥ ୫୫ ଉପରେ ହଠାତ୍ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଜାଣି ସମସ୍ତ ଯାତ୍ରୀ ତୁରନ୍ତ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍ଟି ରାଜପଥ ଉପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା। ଖବର ପାଇ ତୁରନ୍ତ ଢେଙ୍କାନାଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ବସ୍ର ନିଆଁକୁ କାବୁ କରାଯାଇଥିବା ଜଣାଯାଇଛି। ଏଥିଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବହୁ ସମୟ ପର୍ଯ୍ୟନ୍ତ ବ୍ୟାହତ ହୋଇଥିଲା । ପୋଲିସ ପହଞ୍ଚି ଜଳି ଯାଇଥିବା ବସ୍କୁ ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….