ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେ ୧୦ରୁ ଉତ୍ତରାଖଣ୍ଡରେ ଚାର୍ଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଅନଲାଇନରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୧୬ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକୃତ କରିଥିବା ଜଣାପଡିଛି। ମେ’ ୩୧ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇସାରିଛି। ଦେବଭୂମି ଭାବେ ପରିଚିତ ଉତ୍ତରାଖଣ୍ଡରେ ଅବସ୍ଥିତ ଚାରିଟି ଧର୍ମସ୍ଥଳୀ ଯଥା ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଚାର୍ଧାମ୍ ମାନ୍ୟତା ମିଳିଛି। ଉତ୍ତରାଖଣ୍ଡ ପର୍ଯ୍ୟଟକ ବିଭାଗ ପକ୍ଷରୁ ଏହି ଯାତ୍ରା ନିମନ୍ତେ ଶ୍ରଦ୍ଧାଳୁଙ୍କ ନାମ ପଞ୍ଜୀକରଣ ଉପରେ କଟକଣା ଲାଗୁ କରିଛନ୍ତି। ତଦନୁଯାୟୀ କେଦାରନାଥ ଯାତ୍ରା ନିମନ୍ତେ ଦୈନିକ ସର୍ବାଧିକ ୧୮ ହଜାର ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରାଯାଉଥିବାବେଳେ ବଦ୍ରିନାଥ ଦର୍ଶନ ପାଇଁ ୨୦ ହଜାର, ଗଙ୍ଗୋତ୍ରୀ ପାଇଁ ୧୧ ହଜାର ଏବଂ ଯମୁନେତ୍ରୀ ପାଇଁ ୯ ହଜାର ନାମ ପଞ୍ଜୀକରଣ କରାଯିବ। ଏଥର ଶ୍ରଦ୍ଧାଳୁଙ୍କ ପାଇଁ ହେଲିକପ୍ଟର ସେବାର ବନ୍ଦୋବସ୍ତ ମଧ୍ୟ କରାଯାଇଛି। ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ କେଦାରନାଥକୁ ହେଲିକପ୍ଟର ଯୋଗେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ମେ’ ଓ ଜୁନ୍ ପାଇଁ କେଦାରନାଥକୁ ହେଲିକପ୍ଟର ବୁକିଂ ଶେଷ ହୋଇସାରିଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……