ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼ରେ ରାଜ୍ୟ ସରକାର | କରୋନା ସଂକ୍ରମଙ୍କୁ ମାତ ଦେବା ପାଇଁ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଏବଂ ସଟଡାଉନ ଭଳି କଟକଣା ଲାଗୁ କରିଛନ୍ତି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ସପ୍ତାହାନ୍ତ ସଟ୍ଡାଉନ୍। ଶନିବାର ଓ ରବିବାର ଦୁଇ ଦିନ ଧରି ସମସ୍ତ ସହରାଞ୍ଚଳରେ ସଟ୍ଡାଉନ୍ କରାଯିବ। ପୂର୍ବରୁ ଏହି ଦୁଇ ଦିନ ସର୍ବସାଧାରଣ ଚଳପ୍ରଚଳ ଉପରେ ରୋକ ଲାଗିଥିଲା। ହେଲେ ଏବେ ଉଭୟ ଦିନ ସକାଳେ ଘଣ୍ଟାଏ ଲେଖାଏ କୋହଳ କରାଯିବ। ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ମର୍ଣ୍ଣିଂ ଓ୍ବାକ୍ ଓ ସାଇକ୍ଲିଂ ପାଇଁ ଏକ ଘଣ୍ଟା ସମୟ ମିଳିବ | ଏନେଇ ଆଜି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….