ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ କରୋନା ସଂକ୍ରମଣ ବଢିଥିବା ବେଳେ ପୁଣି ନାଇଟ୍ କର୍ଫ୍ୟୁ,ସଟଡାଉନ ଏବଂ ଲକଡାଉନ ଜାରିରହିଛି | ପ୍ରବାସୀ ଶ୍ରମିକ ଜୀବିକାରେ ଅନେକ ସମସ୍ୟା ଦେଖା ଦେଇଛି | ଏହା ଫଳରେ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଛନ୍ତି | ସଂକ୍ରମଣ ବଢ଼ୁଥିବା ବେଳେ ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି | ଏନେଇ ସୂଚନା ଦେଇଛନ୍ତି ରେଲୱେ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ । ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ୍ ଷ୍ଟେସନରେ ଚେକିଂ ଚାଲିଛି। ପ୍ରତ୍ୟେକ ଫିସ୍ ଲ୍ୟାଣ୍ଡିଂ ସେଣ୍ଟରରେ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି । ସବୁ ବୋଟରେ ଚେକିଂ ଚାଲିଛି, ବାହାରୁ ଆସିଲେ ବୋଟ୍ ସିଜ କରାଯିବ ସହ ବୋଟରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସବୁ ଥାନାରେ ସାଗର ରକ୍ଷକ ଦଳ, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେଉଛନ୍ତି । କୋଷ୍ଟାଲ ଅଞ୍ଚଳରେ ଜବରଦସ୍ତ ଚେକିଂ ଚାଲିଥିବା କୁହାଯାଉଛି ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..