ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲେ | ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗୋଟାଏ ଆବାସିକ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଥିଲା। ନିହତ ଆତଙ୍କବାଦୀଜଣକ ସେମାନଙ୍କ ମଧ୍ୟରୁ ଜଣେ। ଦ୍ବିତୀୟ ଆତଙ୍କବାଦୀକୁ ଖୋଜି ବାହାର କରିବା ଲାଗି ତଲାସ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି। ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ବାରମୂଳା ଜିଲ୍ଲାରକ୍ରୀରି ଅଞ୍ଚଳ ଅନ୍ତର୍ଗତ ୱାନିଗାମ୍ ବାଲାରେ ନିରାପତ୍ତା ବଳ ‘କଡର୍ନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଚଳାଇଥିଲେ। ଆତ୍ମଗୋପନକାରୀ ଆତଙ୍କବାଦୀମାନେ ନିରାପତ୍ତା ବଳ ଉପରକୁ ପ୍ରଥମେ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚାଳନା କରିଥିଲେ । ଏହି ଏନ୍କାଉଣ୍ଟର୍ରେ କୌଣସି ସାଧାରଣ ନାଗରିକ କି, ନିରାପତ୍ତା ବଳ କର୍ମଚାରୀ ମୃତାହତ ହୋଇ ନାହାନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..