Report Card Odisha

| Daily Odia News

ଟ୍ରେନ ଦୁର୍ଘଟଣା, ୧୦ ବଗି ଲାଇନଚ୍ୟୁତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ନାସିକ ନିକଟରେ ପବନ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ଘଟିଛି | ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ବିହାର ଯିବା ବାଟରେ ଲୋକମାନ୍ୟ ତିଲକ-ଜୟନଗର ଏକ୍ସପ୍ରେସ ଏହି ଦୁର୍ଘଟରାର ଶିକାର ହୋଇଛି । ତେବେ ଏହି ଦୁର୍ଘଟଣାରେ କୌଣସି ମୃତ କିମ୍ବା ଗୁରୁତର ଆହତ ହୋଇଥିବା ଜଣାପଡିନାହିଁ । ଦୁର୍ଘଟଣା ପରେ ମେଡିକାଲ ଭ୍ୟାନ ଏବଂ ଦୁର୍ଘଟଣା ରିଲିଫ ଟ୍ରେନ ଘଟଣାସ୍ଥଳକୁ ପଠାଯାଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀଙ୍କୁ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ଦୁର୍ଘଟଣା ଘଟିଥିବା ସ୍ଥାନ ନିକଟରେ ଟ୍ରାକରୁ ଏକ ମୃତଦେହ ଠାବ କରାଯାଉଛି । ତେବେ ଟ୍ରେନ ଦୁର୍ଘଟଣାର ଶିକାର ହେବା ପରେ ଅନେକ ଟ୍ରେନର ରୁଟ ପରିବର୍ତ୍ତନ କରାଯାଇଛି । ଦୁର୍ଘଟଣା ପରେ ସେଣ୍ଟ୍ରାଲ ରେଲୱେ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି ।

 

Breaking News