ରିପୋର୍ଟ କାର୍ଡ / ବାଲେଶ୍ଵର
ଖିରିରେ କ୍ଷୀର ବଦଳରେ ଫିନାଇଲ୍ ମିଶାଇ ଦେଲେ ରୋଷେୟା। ଏହାକୁ ଖାଇ ୧୦ରୁ ଧିକ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ଭିତରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ମଧ୍ୟାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ରୂପ୍ଷା ଥାନା ଅଞ୍ଚଳରେ ଘଟିଛି। ରୂପ୍ଷାରେ ଏକ ଘରୋଇ ମହାବିଦ୍ୟାଳୟର ମେସ୍ର ମୁଖ୍ୟ ରୋଷେୟା ନଥିଲେ। ତାଙ୍କ ଅନୁସପସ୍ଥିତି ମେସ୍ରେ କାମ କରୁଥିବା ଜଣେ ବୃଦ୍ଧ ମହିଳା ରୋଷେଇ କରିଥିଲେ। ମହିଳା ଜଣକ ଖିରି ପ୍ରସ୍ତୁତି ବେଳେ କ୍ଷୀର ବଦଳରେ ପାଖରେ ଥିବା ଫିନାଇଲ୍ ମିଶାଇ ଦେଇଥିଲେ। ଆଉ ପରବର୍ତ୍ତୀ ସମୟରେ ସେହି ଖିରିକୁ ମେସ୍ରେ ରହୁଥିବା ଛାତ୍ରଙ୍କୁ ଖାଇବାକୁ ଦେଇଥିଲେ। ପିଲାମାନେ ଖିରି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। କାହାର ପେଟ କାମୁଡିଥିଲା ତ କାହାକୁ ବାନ୍ତି ହୋଇଥିଲା। ଆଉ କାହାର ମୁଣ୍ଡ ବିନ୍ଧି ଥିଲା। ଏ ସମ୍ପର୍କରେ ଜାଣିବା ପରେ ମେସ୍ କର୍ତ୍ତୃପକ୍ଷ ଛାତ୍ରଙ୍କୁ ରୂପ୍ଷା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥ ଠିକ୍ ଥିବା ଡାକ୍ତର କହିଛନ୍ତି।






More Stories
ରାଜ୍ୟ ସରକାରଙ୍କୁ ଜୋରିମାନା…..
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା…..
ହେବ ନାହିଁ ବିଦ୍ୟୁତ୍ କାଟ୍…..