ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମହାରାଷ୍ଟ୍ରର ଅହମଦନଗରର ଜିଲ୍ଲା ହସ୍ପିଟାଲରେ ଥିବା କୋଭିଡ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ୧୦ ଜଣ ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି | କିଛି ରିପୋର୍ଟରେ ଏମାନେ ପୋଡ଼ି ହୋଇ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା ଦାବି କରାଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ମୃତ୍ୟୁର କାରଣ ସମ୍ପର୍କରେ କିଛି ବି କୁହାଯାଇନି। ପ୍ରାଣ ହରାଇଥିବା ସମସ୍ତ ରୋଗୀ କୋଭିଡ୍ ଆଇସିୟୁ ୱାର୍ଡରେ ଥିଲେ। ଚିକିତ୍ସା ଚାଲିଥିବା ବେଳେ ହଠାତ୍ ଆଇସିୟୁ ୱାର୍ଡରେ ନିଆଁ ଲାଗି ଯାଇଥିଲା। ଫଳରେ ଏଠାରେ ଥିବା ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ବିସ୍ତୃତ ସୂଚନା ମିଳିଛି। ସାମ୍ନାକୁ ଆସିଥିବା ଫଟୋରେ ହସ୍ପିଟାଲରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି। ସେହିପରି କୋଭିଡ ୱାର୍ଡଟି ନିଆଁ ଲାଗିବା ଯୋଗୁ ଛିନଛତ୍ର ହୋଇଯାଇଛି।ହସ୍ପିଟାଲରେ ଲାଗିଥିବା ନିଆଁର କାରଣ ଜଣାପଡ଼ି ନଥିଲେ ମଧ୍ୟ ଶଟସର୍କିଟ ଯୋଗୁ ଏପରି ହୋଇଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..