ରିପୋର୍ଟ କାର୍ଡ / ମାଲକାନଗିର
ଦୀର୍ଘଦିନ ଧରି ଚାକିରୀରେ ଅନୁପସ୍ଥିତ ଥିବାରୁ ୧୦ ଶିକ୍ଷକ ଙ୍କୁ ବହିଷ୍କୃତ କରାଯାଇଛି | ମାଲକାନଗିରି ଜିଲ୍ଲା ଡିଇଓ ଏହି ଶିକ୍ଷକ ଙ୍କୁ ବହିଷ୍କାର କରିଛନ୍ତି । ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଲମ୍ବା ଛୁଟିରେ ଥିବା ଶିକ୍ଷକମାନଙ୍କ ତାଲିକା ମଗାଯାଇଥିଲା । ଯେଉଁଥିରେ ମାଲକାନଗିରିର ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ନାଁ ସାମିଲ ଥିଲା । ଡିଅଓ ସେହି ଶିକ୍ଷକମାନଙ୍କୁ ଲମ୍ବାଛୁଟିର କାରଣ ସମ୍ପର୍କରେ ଉତ୍ତର ଦେବାପାଇଁ ନୋଟିସ୍ ଜାରୀ କରିଥିଲେ । ୭ ଦିନ ଭିତରେ ଏହାର ଉତ୍ତର ରଖିବାକୁ କହିଥିଲେ । ତେବେ ନୋଟିସ୍ ସତ୍ତେ୍ୱ ଏହି ୧୦ ଶିକ୍ଷକ ଉତ୍ତର ଦେଇ ନପାରିବାରୁ ତାଙ୍କ ଉପରେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟ ସରକାର ସେମାନଙ୍କୁ ବହିଷ୍କାର କରିଛନ୍ତି।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..