ରିପୋର୍ଟ କାର୍ଡ / ମାଲକାନଗିର
ଦୀର୍ଘଦିନ ଧରି ଚାକିରୀରେ ଅନୁପସ୍ଥିତ ଥିବାରୁ ୧୦ ଶିକ୍ଷକ ଙ୍କୁ ବହିଷ୍କୃତ କରାଯାଇଛି | ମାଲକାନଗିରି ଜିଲ୍ଲା ଡିଇଓ ଏହି ଶିକ୍ଷକ ଙ୍କୁ ବହିଷ୍କାର କରିଛନ୍ତି । ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଲମ୍ବା ଛୁଟିରେ ଥିବା ଶିକ୍ଷକମାନଙ୍କ ତାଲିକା ମଗାଯାଇଥିଲା । ଯେଉଁଥିରେ ମାଲକାନଗିରିର ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ନାଁ ସାମିଲ ଥିଲା । ଡିଅଓ ସେହି ଶିକ୍ଷକମାନଙ୍କୁ ଲମ୍ବାଛୁଟିର କାରଣ ସମ୍ପର୍କରେ ଉତ୍ତର ଦେବାପାଇଁ ନୋଟିସ୍ ଜାରୀ କରିଥିଲେ । ୭ ଦିନ ଭିତରେ ଏହାର ଉତ୍ତର ରଖିବାକୁ କହିଥିଲେ । ତେବେ ନୋଟିସ୍ ସତ୍ତେ୍ୱ ଏହି ୧୦ ଶିକ୍ଷକ ଉତ୍ତର ଦେଇ ନପାରିବାରୁ ତାଙ୍କ ଉପରେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟ ସରକାର ସେମାନଙ୍କୁ ବହିଷ୍କାର କରିଛନ୍ତି।






More Stories
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……
୧୭,୪୪୦ କୋଟିର ଅତିରିକ୍ତ ବଜେଟ ଆଗତ…..