Report Card Odisha

| Daily Odia News

ଓଡ଼ିଶାରେ ପ୍ରତିଷ୍ଠା ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ଚେସ୍ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ତେଣୁ ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଆନ୍ତର୍ଜାତିକ ଚେସ୍ ଫେଡେରେସନ୍ (ଫାଇଡ୍) ପରିଚାଳନା ବୋର୍ଡ଼ ଉପାଧ୍ୟକ୍ଷ ତଥା ଲାଟଭିଆର ପୂର୍ବତନ ଅର୍ଥମନ୍ତ୍ରୀ ମହିଳା ଗ୍ରାଣ୍ଡମାଷ୍ଟର ଦାନା ରେଜନିସ୍ ଓଜାଲାଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଶ୍ରୀମତୀ ରେଜନିସ୍ ଓଜାଲା ଏବେ ଓଡ଼ିଶା ଗସ୍ତରେ ଥିବାବେଳେ ଚେସ୍‌କୁ ରାଜ୍ୟରେ ଲୋକପ୍ରିୟ କରାଇବା ଏବଂ ଯୁବ ଚେସ୍ ପ୍ରତିଭାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ, ଆମେ ଆମ ଯୁବପିଢ଼ିଙ୍କୁ ସମସ୍ତ ପ୍ରକାର ଶ୍ରେଷ୍ଠ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଯୁବପିଢ଼ିଙ୍କ ବିକାଶରେ ଚେସ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆମେ ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ ପ୍ରତିଷ୍ଠା କରିଛୁ। ଏହାସହିତ ବିଦ୍ୟାଳୟରେ ଚେସ୍ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଦିନରେ ସାରା ରାଜ୍ୟରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ରଖିଛୁ। ଆମେ ଫାଇଡ ସହଯୋଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବୁ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ରାଜ୍ୟରେ କ୍ରୀଡ଼ା ବିକାଶ ପାଇଁ ସରକାରଙ୍କ ପଦକ୍ଷେପକୁ ଶ୍ରୀମତୀ ରେଜନିସ୍ ଓଜାଲା ପ୍ରଶଂସା କରିଥିଲେ।

Breaking News