ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୩ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୭୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୦୧୧୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ଜଣ, ବାଲେଶ୍ୱର ୨୩, ବରଗଡ଼ ୨୨, ଭଦ୍ରକ ୧୧, ବଲାଙ୍ଗୀର ୩୫, ବୌଦ୍ଧ ୧୨, କଟକ ୫୦, ଦେଓଗଡ଼ ୯, ଢେଙ୍କାନାଳ ୩, ଗଜପତି ୭, ଜଗତସିଂହପୁର୭, ଯାଜପୁର ୧୯, ଝାରସୁଗୁଡ଼ା ୨୧, କଳାହାଣ୍ଡି ୨୬, କନ୍ଧମାଳ ୨୩, କେନ୍ଦ୍ରାପଡ଼ା ୧୭, କେନ୍ଦୁଝର ୧୩, ଖୋର୍ଦ୍ଧା ୧୬୪, କୋରାପୁଟ ୧୭, ମୟୁରଭଞ୍ଜ ୧୧୦, ନୟାଗଡ଼ ୨୦, ନୂଆପଡ଼ା ପୁରୀ ୧୦, ରାୟଗଡ଼ା ୧୮, ସମ୍ବଲପୁର ୭୭, ସୋନପୁର ୩୯, ସୁନ୍ଦରଗଡ଼ ୨୨୭, ଷ୍ଟେଟ ପୁଲ୍ରୁ ୩୬ଜଣ ରହିଛନ୍ତି ।
More Stories
ଖୁବ ଶୀଘ୍ର ଓଡ଼ିଶାରେ ନୂଆ ମଦ ନୀତି…..
ଆତ୍ମସମର୍ପଣ କଲେ ୧୬ ନକ୍ସଲ….
୪ ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…..