ରିପୋର୍ଟ କାର୍ଡ / ଭୁବନେଶ୍ଵର
ବାତ୍ୟା ଦାନା ପ୍ରଭାବରେ ୧୪ ଜିଲ୍ଲା ର ପ୍ରାୟ ୧୦୮ ବ୍ଲକ ଅନ୍ତର୍ଗତ ୧୬୭୧ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ୩୧ଟି ସହରାଞ୍ଚଳର ୪୨୬ ଓ୍ବାର୍ଡ ବାସୀନ୍ଦା ମଧ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବାତ୍ୟା ଯୋଗୁଁ ମୋଟ୍ ୩୫ ଲକ୍ଷ ୯୫ ହଜାର ଲୋକ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବାତ୍ୟା ସମୟରେ ୮ ଲକ୍ଷ ୧୦ ହଜାର ୮୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୧ ଲକ୍ଷ ୨୫ ହଜାର ୯୧ଟି ଘର କ୍ଷତିଗ୍ରସ୍ତ ହୋଇଛି। ୭୫୫ ଜଣଙ୍କୁ ପାଲ ବଣ୍ଟନ କରାଯାଇଛି। ସୋମବାର ଯଦି ପାଗ ଅନୁକୂଳ ରହେ ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଲି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି ବୋଲି ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..