ରିପୋର୍ଟ କାର୍ଡ / ଜୟପୁର
ରାଜସ୍ଥାନ ବାରମେର ଜିଲ୍ଲାରେ ବୁଧବାର ଏକ ଟ୍ରକ୍ ଧକ୍କାରେ ଯାତ୍ରୀବାହୀ ବସ୍ ଜଳିଯାଇଛି | ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କର ହସ୍ପିଟାଲ୍ରେ ମୃତ୍ୟୁ ହୋଇଛି। ବାରମେର-ଯୋଧପୁର ଜାତୀୟ ରାଜପଥରେ ଦୁର୍ଘଟଣା ହୋଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ୨୨ ଯାତ୍ରୀ ଆହତ ଅବସ୍ଥାରେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଯାତ୍ରୀମାନେ କହିଛନ୍ତି, ସକାଳ ପ୍ରାୟ ୯.୫୫ ସମୟରେ ବସ୍ଟି ବାଲୋତ୍ରାରୁ ଯୋଧପୁର ଅଭିମୁଖେ ଯାଉଥିଲା। ଭୁଲ୍ ଦିଗରୁ ଆସୁଥିବା ଏକ ଟ୍ରକ୍ ବସ୍ ସହ ପିଟି ହୋଇଯାଇଥିଲା। ବସ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ବାର୍ମେର ଏସ୍ପି ଦୀପକ ଭାର୍ଗବ କହିଛନ୍ତି, ପ୍ରଚଣ୍ଡ ଧକ୍କା ପରେ ବସ୍ରେ ନିଆ ଲାଗିଯିବାରୁ ଅନେକ ଯାତ୍ରୀ ଜଳନ୍ତା ବସ୍ରୁ ବାହାରି ପାରିନଥିଲେ। ଭାର୍ଗବ କହିଛନ୍ତି, ୧୧ଟି ଜୀବନ୍ତ ଦଗ୍ଧ ଶରୀରକୁ ବସ୍ ମଧ୍ୟରୁ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ବଲୋତ୍ରା ସରକାରୀ ହସ୍ପିଟାଲ୍ ନିଆଯାଇଥିବାବେଳେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଅତ୍ୟନ୍ତ ଗୁରୁତର ରୋଗୀଙ୍କୁ ଯୋଧପୁର ପଠାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ସେ ଉକ୍ତ ପ୍ରସଙ୍ଗରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କ ପାଇଁ ମୋଦୀ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।






More Stories
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..