ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପାକିସ୍ତାନର ଗିଲଗିଟ୍-ବାଲ୍ତିସ୍ତାନରେ ବରଫ ଅତଡ଼ା ଧସି ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ସମେତ ଜଣେ ୪ ବର୍ଷର ଶିଶୁ ରହିଛି। ହିମସ୍ଖଳନରେ ଛେଳିପଲ ନେଇ ପାର୍ବତ୍ୟାଞ୍ଚଳ ପାରି ହେଉଥିବା ବେଳେ ଯାଯାବର ସଂପ୍ରଦାୟର ୨୫ ଜଣ ଆହତ ମଧ୍ୟ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ଲାଗି ଉଦ୍ଧାରକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଦ୍ଧାର କାର୍ଯ୍ୟରେ ଦୁଇଟି ସେନା ହେଲିକପ୍ଟରକୁ ସାମିଲ କରାଯାଇଛି। ସମୁଦ୍ର ପତନଠାରୁ ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ଏହି ଅଘଟଣ ଘଟିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଆହତମାନଙ୍କୁ ଯଥାସମ୍ଭବ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..