ରିପୋର୍ଟ କାର୍ଡ / ଦିଗପହଣ୍ଡି
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଘଟି ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଏଥିମଧ୍ୟରୁ ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ଖଣ୍ଡଦେଉଳି ଗାଁର ଶିବାନୀ ପ୍ରଧାନ ,ସୀତାରାମ ପ୍ରଧାନ, ସୁଜ୍ଞାନୀ କୁମାରୀ ପ୍ରଧାନ, ରମେଶ ପ୍ରଧାନ ଓ ତ୍ରିପତି ପ୍ରଧାନ, ଗଡଗୋବିନ୍ଦପୁରର ସଙ୍ଗୀତା ଡାକୁଆ, ସିଙ୍ଗିପୁର ପାଟପୁରର ଲିଟୁ ନାୟକ, ମୁଜାଗଡ଼ର ସଞ୍ଜୟ ମେଦିନୀ ରାୟ, ଶୁଭେନ୍ଦୁ ପ୍ରଧାନ, ଦେବାଂଶୁ ପ୍ରଧାନ, ରୁପାଲି ପ୍ରଧାନ ଏବଂ ହାର୍ଦ୍ଦିକ । ଦୁର୍ଘଟଣାକୁ ନେଇ ରେଣୁବାଳା ପ୍ରଧାନ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ତାଙ୍କର ଦିଅର, ଝିଆରୀ, ଜ୍ୱାଇଁ ଓ ନଣନ୍ଦେଇ ଅଛନ୍ତି। ବହୁତ ହସଖୁସିରେ ସେମାନେ ଝିଅ ବିଦା କରିଥିଲେ। ହେଲେ ରାତି ଅଧରେ ସବୁ ଶେଷ ହୋଇଗଲା। ଏଭଳି ଘଟଣା ଘଟିବ ବୋଲି କେବେ ଭାବି ନଥିଲେ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..