ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦେଶର ବହୁ ସ୍ଥାନରେ ଲୋକେ ଛଟପଟ ହେଉଛନ୍ତି । ଲୋକଙ୍କ ପାଇଁ ଆବଶ୍ୟକତାରୁ ଅଧିକ ବିଦ୍ୟୁତ୍ ଆବଶ୍ୟକତା ପଡ଼ୁଛି । ଅନ୍ୟପକ୍ଷରେ ଦେଶର କିଛି ରାଜ୍ୟରେ କୋଇଲା ସଂକଟ ଦେଖାଯିବାରୁ ବିଜୁଳି ଯୋଗାଣରେ ବାଧାପ୍ରାପ୍ତ ପହଞ୍ଚିଛି। ଯଦି ଏଭଳି ପରିସ୍ଥିତି ଅଧିକ ଦିନ ପର୍ଯ୍ୟନ୍ତ ଲାଗିରହେ ତେବେ ଆଗକୁ ଭୟାବହ ପରିସ୍ଥିତି ଉପୁଜିବ । ଏପରି ସ୍ଥଳେ ଭାରତୀୟ ରେଳବିଭାଗ ଏହି ସଂକଟରୁ ବର୍ତ୍ତିବା ପାଇଁ ଆସନ୍ତା ୨୦ଦିନ ପର୍ଯ୍ୟନ୍ତ ପାଖାପାଖି ୧୧୦୦ ଟ୍ରେନ୍ ଟ୍ରିପ୍ସ ରଦ୍ଦ କରିବାର ନିଷ୍ପତ୍ତି ନେଇଛି । ଏକ୍ସପ୍ରେସ୍ ଟ୍ରେନ୍ର ୪୯୯ ଟ୍ରିପ୍ସ ଓ ପାସେଞ୍ଜର ଟ୍ରେନ୍ର ୫୮୨ ଟ୍ରିପ୍ସକୁ ରଦ୍ଦ କରିଛି ରେଳ ବିଭାଗ । ଯଦ୍ୱାରା କି କୋଇଲା ବୋଝେଇ ଟ୍ରେନ୍ଗୁଡ଼ିକ ଶୀଘ୍ର ଯାତାୟାତ କରିପାରିବ । ରେଳବାଇର ଏଭଳି ନିଷ୍ପତ୍ତି କୋଇଲା ଯୋଗାଣରେ ଖୁବ୍ ସହାୟକ ହେବ ବୋଲି ଆଶା କରାଯାଉଛି । ସୂଚନାଥାଉକି ଉତ୍ତରପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର୍ରଦେଶ, ତାମିଲନାଡୁ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ସମେତ କିଛି ରାଜ୍ୟରେ କୋଇଲା ସଂକଟ ଯୋଗୁଁ ବିଜୁଳି ଯୋଗାଣରେ ବାଧା ଉପୁଜିଛି । କିଛି ରାଜ୍ୟରେ ବିଜୁଳି କାଟ୍ର ସମସ୍ୟା ଲୋକଙ୍କୁ ଭୋଗିବାକୁ ପଡ଼ୁଛି ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..