Report Card Odisha

| Daily Odia News

ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଏମାନେ ବ୍ରହ୍ମପୁର ଜେଲରେ ଥିଲେ। ଗତକାଲି କୋର୍ଟ ଏମାନଙ୍କୁ ଜାମିନ୍ ପ୍ରଦାନ କରିବା ପରେ ଆଜି ସମସ୍ତ ୧୧୪ ଜଣ ପରୀକ୍ଷାର୍ଥୀ ଜେଲରୁ ବାହାରିଛନ୍ତି। ଏହି ମାମଲାରେ ବ୍ରହ୍ମପୁର ପୁଲିସ୍‌ ଏବଂ କ୍ରାଇମବ୍ରାଞ୍ଚ ମୋଟ୍ ୧୨୩ ଜଣଙ୍କୁ ଗିରଫ କରିଥିଲା। ତେବେ ୯ ଜଣଙ୍କୁ ଜାମିନ୍ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି। ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର୍‌ ଅଛି।ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଏଯାଏଁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇନଥିବାରୁ ପରବର୍ତ୍ତୀ ତଦନ୍ତ ଉପରେ ସମସ୍ତଙ୍କର ନଜର ରହିଛି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜେଲରୁ ଜାମିନରେ ବାହାରିଲେ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ । ଗତ ମାସ ୩୦ ତାରିଖରେ ୩ଟି ବସରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା ।

Breaking News