ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ପାଇଁ ଖୁସି ଖବର ଗୋଟିଏ ପଟେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ , ଅନ୍ୟ ପଟେ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୫୧୩ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୬୪ ଜଣ ଥିବା ବେଳେ କଟକରୁ ୧୦୫୨ ଜଣ ଅଛନ୍ତି । ସେହିପରି ଯାଜପୁରରୁ ୭୯୧, ସୁନ୍ଦରଗଡ଼ରୁ ୬୯୯, ଅନୁଗୁଳରୁ ୬୯୦, ପୁରୀରୁ ୫୬୮, ମୟୂରଭଞ୍ଜରୁ ୫୩୪, ବାଲେଶ୍ବରରୁ ୫୨୪, ସମ୍ବଲପୁରରୁ ୪୩୮, ଝାରସୁଗୁଡ଼ାରୁ ୪୨୧, ବରଗଡ଼ରୁ ୩୮୪, ନୟାଗଡ଼ରୁ ୩୪୬, ଗୟ୍ଜାମରୁ ୩୧୬, ନବରଙ୍ଗପୁରରୁ ୩୦୨, ଜଗତସିଂହପୁରରୁ ୨୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବଲାଙ୍ଗିରରୁ ୨୯୩ ଜଣ ସୁସ୍ଥ ହୋଇଥିବା ବେଳେ, କୋରାପୁଟରୁ ୨୬୪, ରାୟଗଡ଼ାରୁ ୧୯୯, କଳାହାଣ୍ଡିରୁ ୧୯୬, ବୌଦ୍ଧରୁ ୧୯୧, ସୋନପୁରରୁ ୧୮୬, କେନ୍ଦୁଝରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୫୦, ଭଦ୍ରକ ୧୩୨, ଢେଙ୍କାନାଳରୁ ୧୨୭, ଦେବଗଡ଼ରୁ ୧୧୭, ନୂଆପଡ଼ାରୁ ୧୧୧, ଗଜପତିରୁ ୧୧୦, କନ୍ଧମାଳରୁ ୧୦୨, ମାଲକାନଗିରିରୁ ୧୦୦ ଓ ଷ୍ଟେଯ୍ ପୁଲରୁ ୨୬୧ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୫୮ ହଜାର ୬୪୬ ଜଣ ।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
‘ମୋ ସ୍କୁଲ ଅଭିଯାନ’ର ନାଁ ବଦଳିଲା,ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ…..