ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ଆଜି ୧୧୯ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରାଯଇଛି । ଏହି ତାଲିକାରେ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୨୯ ଜଣ ମହିଳା, ୧୬ ଜଣ ପୋଷ୍ଟମ୍ୟୁସ୍ ପୁରସ୍କାର ପ୍ରାପ୍ତ ଏବଂ ଜଣେ ଟ୍ରାନ୍ସଜେଣ୍ଡର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ରାଷ୍ଟ୍ରପତି ଭବନରେ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଉକ୍ତ ସମାରୋହରେ ଅନ୍ୟ ମନ୍ତ୍ରୀ ଏବଂ ବଡ଼ବଡ଼ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା |
ପଦ୍ମ ବିଭୂଷଣ ଧାରୀ ୭ ଙ୍କ ମଧ୍ୟରେ –
୧- ସିଞ୍ଜୋ ଆବେ- ଜନସମ୍ପର୍କ ବିଭାଗ, ଜାପାନ
୨- ଏସପି ବାଲାସୁବ୍ରମଣ୍ୟମ୍ (ପୋଷ୍ଟମ୍ୟୁସ୍)- କଲା, ତାମିଲନାଡୁ
୩- ଡକ୍ଟର ବେଲେ ମୋନାପ୍ପା ହେଗଡେ- ମେଡିସିନ୍, କର୍ଣ୍ଣାଟକ
୪-ଶ୍ରୀ ନରିନ୍ଦର ସିଂ କମ୍ପାନୀ (ପୋଷ୍ଟମ୍ୟୁସ୍) ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ଯୁକ୍ତରାଷ୍ଟ୍ର
୫- ମୌଲାନା ୱାହିଦୁଦ୍ଦିନ ଖାନ- ଆଧ୍ୟାତ୍ମିକତା, ଦିଲ୍ଲୀ
୬- ବିବି ଲାଲ- ପ୍ରତ୍ନତତ୍ତ୍ୱ, ଦିଲ୍ଲୀ
୭-ସୁଦର୍ଶନ ସାହୁ, କଳା, ଓଡ଼ିଶା
ପଦ୍ମ ଭୂଷଣ ଧାରୀ ୧୦ ଜଣଙ୍କ ମଧ୍ୟରେ-
୧- କୃଷ୍ଣନ ନାୟାର ଶାନ୍ତକୁମାରୀ- କଳା, କେରଳ
୨- ତରୁଣ ଗୋଗୋଇ (ପୋଷ୍ଟମ୍ୟୁସ୍)- ଜନସମ୍ପର୍କ ବିଭାଗ, ଆସାମ
୩-ଚନ୍ଦ୍ରଶେଖର କାମ୍ବ୍ରା – ସାହିତ୍ୟ ଏବଂ ଶିକ୍ଷା, କର୍ଣ୍ଣାଟକ
୪- ସୁମିତ୍ରା ମହାଜନ -ଜନସମ୍ପର୍କ ବିଭାଗ, ମଧ୍ୟପ୍ରଦେଶ
୫-ନୃପେନ୍ଦ୍ର ମିଶ୍ର, ସିଭିଲ ସର୍ଭିସ, ଉତ୍ତରପ୍ରଦେଶ
୬-ରାମ ଭିଲାସ୍ ପାସୱାନ୍ (ପୋଷ୍ଟମ୍ୟୁସ୍) – ଜନସମ୍ପର୍କ ବିଭାଗ, ବିହାର
୭-କେଶୁଭାଇ ପଟେଲ (ପୋଷ୍ଟମ୍ୟୁସ୍) – ଜନସମ୍ପର୍କ ବିଭାଗ, ଗୁଜରାଟ
୮- କାଲବେ ସାଦିକ୍ (ପୋଷ୍ଟମ୍ୟୁସ୍) – ଆଧ୍ୟାତ୍ମିକତା, ଉତ୍ତରପ୍ରଦେଶ
୯. ରଜନୀକାନ୍ତ ଦେବଦାସ, ଇଣ୍ଡଷ୍ଟ୍ରିଜ୍, ମହାରାଷ୍ଟ୍ର
୧୦-ତରଲୋଚାନ୍ ସିଂ, ଜନସମ୍ପର୍କ ବିଭାଗ, ହରିୟାଣା
ବାକି ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କା –










More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..