ରିପୋର୍ଟ କାର୍ଡ / ପାଟନା
ବିହାରର ସିୱନ ଓ ସରନ୍ ଜିଲାରେ ବିଷାକ୍ତ ମଦ ପିଇ ୧୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଗୁରୁତର ଅସୁସ୍ଥ ଅନ୍ୟ ୧୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଆଉ କେତେକ ମଦ୍ୟପ ଲୁଚି ରହିଥିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପୋଲିସ ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଘଟଣାର ତଦନ୍ତ ନିମନ୍ତେ ଏକ ଦଳ ଗଠନ କରାଯାଇଛି। ବିହାରରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ ନିୟମିତ ବ୍ୟବଧାନରେ ଏଠାରେ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..