Report Card Odisha

| Daily Odia News

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ…..

ରିପୋର୍ଟ କାର୍ଡ / ଦେବଗଡ଼

ବିଧାୟକଙ୍କ ପାଇଁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚକ ଅଖ ବନ୍ଦ ରହିବ । ଜରୁରୀ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଦେବଗଡ଼ ବିଧାୟକଙ୍କୁ ଅନ୍ୟାୟ ଭାବେ ଗିରଫ ଦାବିକୁ ଦୃଢ଼ ପ୍ରତିବାଦ ଓ ତିଲେଇବଣୀ ବିଡିଓଙ୍କ ଗିରଫ କରିବା ଦାବିରେ ବନ୍ଦ ପାଳନ। ଗତକାଲି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଜାମିନ ନାମଞ୍ଜୁର ହୋଇଥିଲା । ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଉଲ୍ଲେଖ ଯୋଗ୍ୟ ତିଲେଇବଣିର ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ବିଧାୟକ । ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗତକାଲି ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଏନେଇ ହାଜର କରାଯାଇଥିଲା । ହେଲେ ସେଠାରେ ତାଙ୍କର ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହାସହ ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଜେଲ୍‌ ଯାଇଛନ୍ତି । ବିଜେପି ଦଳର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଏହି ଆକ୍ରମଣ ଅଭିଯୋଗ ଘଟଣାରେ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା ।

Breaking News