Report Card Odisha

| Daily Odia News

ଭୂସ୍ଖଳନ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୨୨ ନିଖୋଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଥିବା ଗୋଟିଏ କ୍ୟାମ୍ପ ନିକଟରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଏବେ ବି ଆହୁରି ୨୨ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ସମୟ ଭୋର ୩ଟାରେ ସେଲାନଗୋର ପ୍ରଦେଶରେ ଭୂସ୍ଖଳନ ହୋଇଥିଲା। ଏଠାରେ ଥିବା ଗୋଟିଏ ଫାର୍ମ ହାଉସ ଲୋକଙ୍କୁ ରହିବା ପାଇଁ କ୍ୟାମ୍ପ ସୁବିଧା ଯୋଗାଇ ଥାଏ। ଉକ୍ତ କ୍ୟାମ୍ପ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି। ଘଟଣା ବେଳେ ଲୋକମାନେ କ୍ୟାମ୍ପ ମଧ୍ୟରେ ଶୋଇଥିଲେ। ତେଣୁ ପ୍ରାୟ ୯୦ ଜଣ ଲୋକ ମାଟି ତଳେ ଚାପି ହୋଇଯାଇଥିଲେ। ସେହିପରି ଏହାକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

Breaking News