Report Card Odisha

| Daily Odia News

ମାର୍କେଟରେ ଭୟଙ୍କର ବିସ୍ଫୋରଣ, ୧୨ ମୃତ, ୧୩୮ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚୀନରେ ଏକ ଗ୍ୟାସ୍ ପାଇପରେ ବିସ୍ଫୋରଣ ଘଟି ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩୮ଜଣ ଆହତ ହୋଇଛନ୍ତି | ଏନେଇ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି | ହୁବେଇ ପ୍ରଦେଶର ଶିୟାନ ସହରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ୧୫୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି | ଯେଉଁଥିରେ ୩୭ ଜଣ ଗୁରୁତର ଆହତ ଅଛନ୍ତି। ସୂଚନା ମୁତାବକ, ହୁବେଇ ପ୍ରଦେଶର ଶିୟାନ ସହରରେ ଥିବା ଏକ ଖାଦ୍ୟ ମାର୍କେଟରେ ଏହି ବିସ୍ଫୋରଣ ଘଟିଛି | ବିସ୍ଫୋରଣ ପରେ ଖାଦ୍ୟ ମାର୍କେଟ ଥିବା ବିଲଡିଂଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି | ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଲୋକେ ଖାଦ୍ୟ ଜିନିଷ କିଣୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା | ବିଲଡିଂରେ ଲାଗିଥିବା କାଚ ଫାଟିଯିବା ସହ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ | ତେବେ ଦୁର୍ଘଟଣା ପରେ ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି | ଆହତମାନେ ଜରୁରୀକାଳୀନ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନା ଭର୍ତ୍ତିକରଯାଇଛି |

Breaking News