ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଆସୁଛି ବାତ୍ୟା। ବଙ୍ଗୋପ ସାଗରରେ ପୁଣି ବାତ୍ୟା ସମ୍ଭାବନା। ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ସାରିଛି। ୧୫ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇପାରେ ଅବପାତ ଏହାସହ ୧୬ରେ ବାତ୍ୟା। ମାତ୍ର ଓଡିଶା ଉପରେ ପ୍ରଭାବ ନେଇ ଆକଳନ ହୋଇନାହିଁ। ସୂଚନାନୁଯାୟୀ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ।ଉତ୍ତରପଶ୍ଚିମ ଦିଗରେ ଗତି ସହ କାଲି ଆହୁରି ସ୍ପଷ୍ଟ ହେବା ସମ୍ଭାବନା ରହିଛି। ୧୫ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ଆସନ୍ତାକାଲି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ତୀବ୍ରତା ଓ ଗତିପଥ କେଉଁ ଦିଗକୁ ରହିବ ତାହା ସ୍ପଷ୍ଟ ହୋଇନାହିଁ। ବାତ୍ୟା ରୂପ ନେବା ନେଇ ନିଶ୍ଚିତ ପୂର୍ବାନୁମାନ ହୋଇନାହିଁ। ୧୭ ତାରିଖରୁ ଓଡିଶାରେ ବର୍ଷା ହୋଇପାରେ।






More Stories
ବସ୍ ଭଡ଼ା ବୃଦ୍ଧି…..
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟ…..
ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ……