Report Card Odisha

| Daily Odia News

ରାଜ୍ୟ ସଭାର ୧୨ ଏମ୍‌ପି ନିଲମ୍ବିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳିନ ଅଧିବେଶନ | ଗୃହ ଆରମ୍ଭରୁ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗମା କରିଥିଲେ ବିରୋଧୀ। ସୋମବାର ରାଜ୍ୟ ସଭାର ୧୨ ଏମ୍‌ପି ନିଲମ୍ବିତ ହୋଇଥିବା ସୂଚନା ମିଳିଛି ।  ବାକି ଥିବା ଶୀତ ଅଧିବେଶନ ଅବଧି ପର୍ଯ୍ୟନ୍ତ ସମ୍ପୃକ୍ତ ସଦସ୍ୟମାନଙ୍କୁ ନିଲମ୍ବିତ କରାଯାଇଛି। ୧୨ ଜଣଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ, ଶିବସେନା, ଟିଏମ୍‌ସି, ସିପିଆଇ ଓ ସିପିଏମ୍‌ର ଏମ୍‌ପି । ନିଲମ୍ବିତ ଏମ୍‌ପିଙ୍କ ମଧ୍ୟରେ ରହିଛନ୍ତି ଏଲାମାରାମ କରିମ(ସିପିଏମ୍‌), ଫୁଲୋ ଦେବୀ ନେତମ, ଛାୟା ବର୍ମା, ଆର୍ ବୋରା, ରାଜମଣି ପଟେଲ, ସୈୟଦ ନାସିର ହୁସେନ, ଅଖିଳେଶ ପ୍ରସାଦ ସିଂ(କଂଗ୍ରେସ), ବିନୟ ବିଶ୍ୱମ(ସିପିଆଇ), ଡୋଲା ସେନ ଓ ଶାନ୍ତା ଛେତ୍ରୀ(ଟିଏମ୍‌ସି), ପ୍ରିୟଙ୍କା ଚତୁର୍ବେଦୀ ଓ ଅନିଲ ଦେଶାଇ(ଶିବସେନା) ସାମିଲ ଅଛନ୍ତି । ଏହି ଏମ୍‌ପିମାନେ ଗତ ଶୀତକାଳିନ ଅଧିବେଶନରେ ହଙ୍ଗାମା କରିଥିବାରୁ ନିଲମ୍ବିତ ହୋଇଛନ୍ତି । ଏହି ସୂଚନା ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରାଜ୍ୟ ସଭାରେ ଦେଇଛନ୍ତି । ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିବା ଶିବସେନାର ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଆମର ମତ ନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Breaking News